ad
ଅପରାଧ

ମନମୁଖି ଚାଲିଛି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ୨ମାସ ଖାଦ୍ୟରୁ ବଞ୍ଚିତ ୮୮ଜଣ ହିତାଧିକାରୀ

ହରିଚନ୍ଦନପୁର,ତା ୨୯ ଡିସେମ୍ବର(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବଡପଳାଶପାଳ ଗ୍ରାମ ପଞ୍ଚାୟତରେ ଚାଲିଛି ମନମୁଖି ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଖାଦ୍ୟ ବଣ୍ଟନ କାର୍ଯ୍ୟ, ୨ମାସ ଖାଦ୍ୟରୁ ବଞ୍ଚିତ ୮୮ଜଣ ଗରିବ ହିତାଧିକାରୀ । ସରକାର ଆଦିବାସୀ ଅଞ୍ଚଳ ଗୁଡିକରେ ଠିକ୍ ଭାବେ ନିୟମିତ ସମସ୍ତ ଲୋକମାନଙ୍କ ପାଖରେ ଖାଦ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି । ଏହି ଖାଦ୍ୟ ସୁରକ୍ଷା ଯୋଜନା ସମସ୍ତ ଗ୍ରାମ ପଞ୍ଚୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ରୂପାୟନ କରାଯାଉଛି । ସମସ୍ତ ଗ୍ରାମ ପଞ୍ଚାୟତମାନଙ୍କରେ ଏହି ଯୋଜନାରେ ଖାଦ୍ୟ ବଣ୍ଟନ ନିମନ୍ତେ ଜଣଙ୍କୁ ଯୋଗାଣ ସହାୟକ ଭାବେ ନିୟୋଜିତ କରାଯାଇଛି । ସରକାରଙ୍କ ତରଫରୁ ଏହି ଯୋଜନା ଠିକ ଭାବରେ ରୂପାୟନ ହେଉଛି କିନାହିଁ ତାହାର ତଦାରଖ କରିବା ନିମନ୍ତେ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ କର୍ମଚାରୀ ନିୟୋଜିତ କରାଯାଇଛି । ସେହି କର୍ମଚାରୀମାନଙ୍କୁ ସରକାର ମାସିକ ମୋଟା ଅଙ୍କର ଦରମା ଦେଇ ନିୟୋଜିତ କରିଥିବା ବେଳେ ସେମାନଙ୍କର ଖାମିଖିଆଲି ମନୋଭାବକୁ ନେଇ ଯୋଜନାରୁ ଅନେକ ହିତାଧିକାରୀ ବଞ୍ଚିତ ହେଉଛନ୍ତି । ଏହି ଭଳି ଅନେକ ଗ୍ରାମ ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଯୋଜନା ଠିକ ଭାବେ ରୂପାୟନ କରାଯାଉନଥିବାର ନଜିର ରହିଛି । ସେହି ଭଳି ଖାଦ୍ୟ ସୁରକ୍ଷା ଯୋଜନାରେ ଅନିୟମିତତା ଘଟଣା ହରିଚନ୍ଦନପୁର ବ୍ଲକର ଅନେକ ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ବଡପଳାଶପାଳ ଗ୍ରାମ ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଯୋଜନାରେ ୧୦୮ଜଣ ହିତାଧିକାରୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ଜଣ ହିତାଧିକାରୀଙ୍କୁ ଅକ୍ଟୋବର ମାସ ଏବଂ ନଭେମ୍ବର ମାସ ଖାଦ୍ୟ ସାମଗ୍ରୀ ଯୋଗଇ ଦିଆଯାଇଛି । ହେଲେ ଅକ୍ଟୋବର ଓ ନଭେମ୍ବର ମାସ ୮୮ଜଣ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀରୁ ବଂଚିତ ରଖାଯାଇଥିବାର ଅଭିଯୋଗ ହୋଇଛି । ବଞ୍ଚିତ ଥିବା ହିତାଧିକାରୀମାନେ ଦୁଇମାସର ଖାଦ୍ୟ ସାମଗ୍ରୀ ନିମନ୍ତେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଖକୁ ଦୈାଡି ଦୈାଡି ନିରାଶ ହେବା ପରେ ଆମ ପ୍ରତିନିଧିଙ୍କୁ ଘଟଣା ବାବଦରେ ଜଣାଇଥିଲେ । ଏନେଇ ଆମ ପ୍ରତିନିଧି ଘଟଣାସ୍ଥଳକୁ ଯାଇ ସଠିକ୍ ଘଟଣା ବାବଦରେ ଜାଣିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିଲେ । ଅଧିକାରୀଙ୍କ କହିବା ଅନୁଯାୟୀ ଉକ୍ତ ଦୁଇମାସ ଅନ୍ୟକାର୍ଯ୍ୟରେ ବ୍ୟସ୍ତ ଥିବାକୁ ନେଇ କାଗଜପତ୍ର ଠିକ କରାଯାଇନଥିଲା । ତେଣୁ ୮୮ଜଣ ହିତାଧିକାରୀଙ୍କ ନାମରେ ଖାଦ୍ୟ ସୁରକ୍ଷା ଯୋଜନାରୁ ଖାଦ୍ୟ ଉଠାଣ କରାଯାଇପାରିନଥିଲା ଯାହା ଫଳରେ ଦୁଇମାସରୁ ବଞ୍ଚିତ ହୋଇରହିଛନ୍ତି । ସେମାନଙ୍କୁ ଆସନ୍ତା ଜାନୁୟାରୀ ମାସ ମଧ୍ୟରେ ପାଇନଥିବା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ୧୦୮ଜଣଙ୍କ ମଧ୍ୟରୁ ୨୦ଜଣଙ୍କର କିଭଳି କାଗଜପତ୍ର ଠିକ୍ କରାଯାଇ ସେମାନଙ୍କୁ ଦୁଇମାସର ଖାଦ୍ୟ ଯୋଗାଇ ଦିଆଗଲା ହେଲେ କିଭଳି ୮୮ଜଣଙ୍କର କାଗଜପତ୍ରରେ ତୃଟି ରହିଲା ଯାହା ଫଳରେ ସେମାନେ ଦୁଇମାସର ଖାଦ୍ୟରୁ ବଞ୍ଚିତ ରହିଲେ । ଏହିଭଳି ଭାବରେ ଗରିବ ଆଦିବାସୀ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଲୁଟିବାରେ ସଫଳ ହେଉଛନ୍ତି ବଣ୍ଟନକାରୀ । ସାଧାରଣତଃ ପ୍ରଭାବଶାଳୀ ଲୋକମାନଙ୍କୁ ନିୟମିତ ଠିକ ଭାବରେ ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଗରିବ ଆଦିବାସୀ ହିତାଧିକାରୀଙ୍କୁ ଠିକ ଭାବରେ ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହୋଇଛି । କିଛି ଦିନ ପର୍ଯ୍ୟନ୍ତ ନିରବରେ ରହିଯିବା ପରେ ଅଭିଯୋଗ ନଆସିଲେ ଉକ୍ତ ହିତାଧିକାରୀଙ୍କ ଚାଉଳକୁ ଲୁଟି ଖାଉଥିବାର ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଯୋର ଧରିଛି । ଏଥିସହ ଗ୍ରାମର ଲୋକମାନଙ୍କ କହିବା ଅନୁସାରେ ପ୍ରତ୍ୟେକ ମାସ ଚାଉଳ ବଣ୍ଟନ ସମୟରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ରହିଥାନ୍ତି । ଚାଉଳକୁ ଗ୍ରାମର କେତେ ଜଣ ରାଜନୈାତିକ କର୍ମୀଙ୍କୁ ବଣ୍ଟନ ନିମନ୍ତେ ଦେଇଛନ୍ତି, ଯାହା ଫଳରେ ସେମାନେ ମନମୁଖି ଭାବରେ ବଣ୍ଟନ କରିଥାନ୍ତି । ଏହି ଭଳି ସମସ୍ୟା ବଡପଳାଶପାଳ ଗ୍ରାମ ପଞ୍ଚାୟତରେ ଅନେକଥର ଦେଖିବାକୁ ମିଳିଥିବା ସହ ଗଣମାଧ୍ୟମରେ ପ୍ରକାଶ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ନିରବ ରହୁଥିବାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଘଟଣାର ତଦନ୍ତ କରିବା ସହ ବଞ୍ଚିତଥିବା ଗରିବ ହିତାଧିକାରୀମାନଙ୍କୁ ଠିକ ଭାବରେ ନିୟମିତ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଏଅଞ୍ଚଳବାସୀ ଦାବି କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top