ଓଡ଼ିଶା

ମଧ୍ୟ ଓଡିଶା ଦେଇ ରାଜଧାନୀ ଟ୍ରେନ୍ ଦିଲ୍ଲୀ ଯିବା ଓଡିଶା ପାଇଁ ସୌଭାଗ୍ୟର ଦିନ: ଧର୍ମେନ୍ଦ୍ର ପ୍ରଧାନ

– ଭୁବନେଶ୍ୱରରୁ ତାଳଚେର, ସମ୍ବଲପୁର ଦେଇ ନୂଆଦିଲ୍ଲୀକୁ ରାଜଧାନୀ ଏକ୍ସପ୍ରେସ୍ ର ଶୁଭାରମ୍ଭ
– ତାଳଚେର-ସମ୍ବଲପୁର ଲାଇନ୍ ହେବା ଠାରୁ ଏହି ଦାବି ହୋଇଆସୁଥିଲା
– ମୋଦିଙ୍କ ବଜେଟ୍ରେ ଓଡିଶାକୁ ମିଳିଛି ରେଳ ବିକାଶ କ୍ଷେତ୍ରରେ ବ୍ୟାପକ ଆର୍ଥିକ ଅନୁଦାନ
– ୟୁପିଏ ୫ ବର୍ଷରେ ୪୧୯୦ କୋଟି, ମୋଦିଙ୍କ ୫ ବର୍ଷରେ ୫୨୭ ଗୁଣ ବଢି ପହଂଚିଛି ୨୧୧୩ କୋଟିରେ
– ଗତ ବର୍ଷ ରେଳ ବଜେଟ୍ ୫୫ ହଜାର କୋଟି, ଚଳିତ ବଜେଟ୍ରେ ୫୫ ହଜାର ୮୮ କୋଟି ହୋଇଥିବା ବେଳେ ଓଡିଶା ପାଇଁ ଗତ ବର୍ଷ ତୁଳନାରେ ବ୍ୟୟ ବରାଦ ବଢିଛି ୧୫୦ କୋଟି
– ଗତ ବର୍ଷରେ ୫୧୦୨ କୋଟି, ଚଳିତ ବର୍ଷ ହୋଇଛି ୫୨୫୨ କୋଟି, ଏହା ମୋଦିଙ୍କ ଓଡିଶାକୁ ଗୁରୁତ୍ୱର ପ୍ରମାଣ

ନୂଆଦିଲ୍ଲୀ/ ଭୁବନେଶ୍ୱର, ୧୦ ଫେବୃଆରୀ (ଓଡ଼ିଆ ପୁଅ): ଭୁବନେଶ୍ୱରରୁ ତାଳଚେର, ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ୍ ଚାଲିବା ଓଡିଶା ପାଇଁ ସୌଭାଗ୍ୟର ଦିନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ଦିନ ଭୁବନେଶ୍ୱରରୁ ନୂଆ ରୁଟ୍ରେ ମଧ୍ୟ ଓଡିଶା ଦେଇ ଚାଲିବାକୁ ଥିବା ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ୍କୁ ପତାକା ଦେଖାଇ ଉଦ୍ଘାଟନ କରିବା ସମୟରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ତାଳଚେର, ସମ୍ବଲପୁର ରେଳ ଲାଇନ୍ ହେବା ଦିନଠାରୁ ମଧ୍ୟ ଓଡିଶା ଦେଇ ରାଜଧାନୀ ଟ୍ରେନ୍ ଚାଲିବା ପାଇଁ ହୋଇଆସୁଥିବା ଏହି ଦାବି ପୂରଣ ହୋଇଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଳମନ୍ତ୍ରୀ ପିୟୁଷ ଗୋଏଲ୍ଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡିଶାର ରେଳ ବିକାଶ ପାଇଁ ଗୁରୁତ୍ୱୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୟୁପିଏ ର ଶେଷ ୫ ବର୍ଷ ବଜେଟ୍ ଓ ମୋଦିଙ୍କ ୫ଟି ରେଳ ବଜେଟ୍ର ତୁଳନା କରି କହିଛନ୍ତି ଶ୍ରୀ ପ୍ରଧାନ। ୨୦୦୯-୧୦ରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ୟୁପିଏ ସରକାରରେ ମୋଟ ୪୧୯୦ ଅର୍ଥାତ୍ ବାର୍ଷିକ ହାରାହାରି ୮୦୦ କୋଟି ଟଙ୍କା ଓଡିଶାକୁ ମିଳିଥିଲା। ମାତ୍ର ମୋଦିଙ୍କ ଶାସନର ୫ଟି ରେଳ ବଜେଟ୍ରେ ୨୦୧୪-୧୫ରୁ ୨୦୧୮-୧୯ରେ ମୋଟ ୨୦୨୧୩ କୋଟି ଟଙ୍କା ଯାହା ୟୁପିଏ ଠାରୁ ୫୨୭ ଗୁଣ ବୃଦ୍ଧି ହୋଇଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ।

ସେହିରି ୨୦୧୭-୧୮ ରେଳ ବଜେଟ୍ର ମୋଟ ପରିମାଣ ୫୫ ହଜାର କୋଟି ଥିବାବେଳେ ଚଳିତ ବର୍ଷ ରେଳ ବଜେଟ୍ ମୋଟ ୫୫ ହଜାର ୮୮ କୋଟି ଟଙ୍କା। ମାତ୍ର ଚଳିତ ବଜେଟ୍ରେ ପୂର୍ବ ବର୍ଷ ତୁଳନାରେ ଓଡିଶାର ଭାଗ ୧୫୦ କୋଟି ଟଙ୍କା ବଢିବା ମୋଦି ସରକାରଙ୍କର ଓଡିଶାପ୍ରତି ଗୁରୁତ୍ୱକୁ ପ୍ରତିପାଦିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତର ରେଳ ବଜେଟ୍ ଗତ ବର୍ଷ ତୁଳନାରେ ମୋଟ ୮୮ କୋଟି ବଢିଥିଲାବେଳେ ଓଡିଶା କ୍ଷେତ୍ରରେ ବଢିଛି ୧୫୦ କୋଟି। ପୂର୍ବ ବର୍ଷ ଓଡିଶା ପାଇଁ ରେଳ ବଜେଟ୍ରେ ବ୍ୟୟ ବରାଦ ୫୧୦୨ କୋଟି ଥିବାବେଳେ ଚଳିତ ବର୍ଷ ଏହା ୫୨୫୨ କୋଟିରେ ପହଂଚିଛି। ଚଳିତ ବଜେଟ୍ରେ ଯାତ୍ରୀ ସୁବିଧା ପାଇଁ ଓଡିଶା କ୍ଷେତ୍ରରେ ପର୍ଯ୍ୟାପ୍ତ ଅର୍ଥ ବ୍ୟୟବରାଦ ହୋଇଛି। ଯେଉଁଥିାଇଁ ଓଡିଶାର ପ୍ରାୟ ସବୁ ରେଳ ଷ୍ଟେସନ୍ରେ ବ୍ୟାପକ ଯାତ୍ରୀ ସୁବିଧା ତିଆରି ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ନୂଆ ରାସ୍ତାରେ ରାଜଧାନୀ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା ଓ ରାଉରକେଲାଠାରେ ରହଣୀ ବ୍ୟବସ୍ଥା ଥିବା ବେଳେ ଏହି ଟ୍ରେନ୍ ଢେଙ୍କାନାଳଠାରେ ରହଣୀ ପାଇଁ ରେଳ ବିଭାଗକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।

ଏହି ନୂଆ ରୁଟ୍ରେ ରାଜଧାନୀ ଟ୍ରେନ୍ ଚାଲିବା ପାଇଁ ସମ୍ବଲପୁରର ସାଂସଦ ନଗେନ୍ଦ୍ର ପ୍ରଧାନ ଉଦ୍ୟମ କରିଥିବାରୁ ଶ୍ରୀ ପ୍ରଧାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ମାତ୍ର ରାଜ୍ୟର ଶାସକ ଦଳ କେବଳ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା କାରଣରୁ ଏହା କହି ସେ ସାଂସଦକୁ ଧନ୍ୟବାଦ ପସନ୍ଦ କରିବେ ନାହିଁ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top