ମଧ୍ୟାହ୍ନ ଭୋଜନରେ ପୋକ ସାଲୁବାଲୁ, ଫିଙ୍ଗା ହେଲା ରନ୍ଧା ଖାଦ୍ୟ

ଯାଜପୁର-୨୫-୮(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ବ୍ଲକ ଚୋରମୁହାଁ ପ୍ରକଳ୍ପ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ତିଆରି ସୋୟାବିନ ତରକାରୀରୁ ପୋକ ବାହାରିବା କାରଣରୁ ଛାତ୍ରଛାତ୍ରୀମାନେ ଖାଦ୍ୟ ନଖାଇ ଫିଙ୍ଗିଦେଇଥିଲେ। ଖବର ପାଇ ସ୍କୁଲ ପରିଚାଳନା କମିଟି ସଭାପତି କାର୍ତ୍ତିକ ଚନ୍ଦ୍ର ବେହେରା ସେଠାରେ ପହଁଚି ଖାଦ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏସମ୍ପର୍କରେ ବିଇଓଙ୍କୁ ଫୋନ ଯୋଗେ ଅଭିଯୋଗ କରିଥିଲେ। ଧର୍ମଶାଳା ବିଇଓ ପ୍ରଫୁଲ୍ଲ କୁମାର ବେହେରା ଘଟଣାର ତଦନ୍ତ ଲାଗି ସିଆରସସିି ନାରାୟଣ ନନ୍ଦଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିଆରସିସିି ଶ୍ରୀ ନନ୍ଦ ସ୍କୁଲରେ ପହଞ୍ଚି ସୋୟାବିନ ତରକାରୀରେ ପୋକ ବାହାରୁଥିବା ଦେଖିବାକୁ ପାଇଥିଲେ ଏବଂ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମହାପାତ୍ରଙ୍କ ସହ ଆଲୋଚନା କରି ସମସ୍ତ ଖାଦ୍ୟକୁ ନଷ୍ଟ କରିଦେବା ପାଇଁ କହିଥିଲେ। ତେବେ ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ତିଆରି ଦାୟିତ୍ୱ ସ୍ଥାନୀୟ ଏକ ସ୍ୱୟଂସହାୟିକା ଗୋଷ୍ଠୀ ନେଇଥିବା ଜଣାଯାଇଛି। ଆଜି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମଧ୍ୟହ୍ନ ଭୋଜନ ଖାଇବାରୁ ବଞ୍ଚିତ ହୋଇଥିଲା ବେଳେ ଅବିଭାବକମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *