ଓଡ଼ିଶା

ମଧ୍ୟପ୍ରଦେଶର ସତନାରେ ଦଳୀୟ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ପତ୍ର ଦାଖଲ କରାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

– ଜିଲ୍ଲାର ସାତଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କାମ କରନ୍ତୁ କାର୍ଯ୍ୟକର୍ତା – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ସତନା ୦୯ ନଭେମ୍ବର (ଓଡ଼ିଆ ପୁଅ) – ମଧ୍ୟପ୍ରଦେଶର ଭାଜପା ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ବିଜେପିର ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରାଇବା ପାଇଁ ମଧ୍ୟ ପ୍ରଦେଶର ସତନାରେ ପହଂଚିଥିଲେ। ସେଠାରେ ବିମାନ ବନ୍ଦର ଠାରେ ପାର୍ଟୀ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହା ପରେ ସତନା ସହରର ସୁଭାଷ ପାର୍କ ଠାରେ ପାର୍ଟିର ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀପତ୍ର ଦାଖଲ ପାଇଁ ଆୟୋଜିତ ର୍ୟାଲୀକୁ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ମଧ୍ୟ ପ୍ରଦେଶରେ ଏଥର ଅବକି ବାର -୨୦୦ ପାରର ସ୍ଲୋଗାନ ଦିଆ ଯାଇଛି। ଏହି ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ସମସ୍ତ କାର୍ଯ୍ୟକର୍ତା ସତନା ଜିଲ୍ଲାର ସମସ୍ତ ୭ଟି ଆସନରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରି ଭୋପାଳ ପଠାଇବେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମଧ୍ୟ ପ୍ରଦେଶରେ ଭାରତୀୟ ଜନତା ପାର୍ଟି ସରକାର ବିକାଶ ଓ ସୁଶାସନ କାମରେ ଲାଗିଛି। ଯେଉଁ ଲୋକ ମାନେ ମଧ୍ୟ ପ୍ରଦେଶକୁ ପଛୁଆ କରି ରଖିଥିଲେ ସେମାନଙ୍କୁ ଏହି ନିର୍ବାଚନରେ ଉଚିତ ଶିକ୍ଷା ପ୍ରଦାନ କରିବାର ସମୟ ଆସିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମଧ୍ୟ ପ୍ରଦେଶ ସରକାର କେନ୍ଦ୍ର ସରକାରଙ୍କ ବିକାଶ ଓ ଲୋକ କଲ୍ୟାଣ ସମ୍ପର୍କିତ ବିଭିନ୍ନ ଯୋଜନା ଗୁଡିକୁ ସଫଳତାର ସହ କ୍ରିୟାନ୍ୱୟନ କରୁଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପାଇଁ ଏହି ର୍ୟାଲୀ ସୁଭାଷ ପାର୍କରୁ ଆରମ୍ଭ ହୋଇ ବିଭିନ୍ନ ମାର୍ଗ ହୋଇ ଜିଲା କଲେକ୍ଟ୍ରେଟ ପହଂଚିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top