ଓଡ଼ିଶା

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ): କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସେଥିପାଇଁ ଧର୍ମେନ୍ଦ୍ର କେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରିବେ ବୋଲି ଚାଲିଥିବା ଚର୍ଚ୍ଚାର ଅବସାନ ହୋଇଛି। ଆଜି ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ ବୋଲି ସ୍ପଷ୍ଟ ହୋଇଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି। ସୂଚନାଯୋଗ୍ୟଯେ, ୨୦୧୨ରେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲରେ ଶେଷ ହେଉଛି।

 

ପୁନଶ୍ଚ ଉଲ୍ଲେଖଯୋଗ୍ୟ ଯେ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଉତ୍ତରପ୍ରଦେଶ, ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିହାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଥାବରଚାନ୍ଦ ଗହଲୋଟଙ୍କୁ ମଧ୍ୟପ୍ରଦେଶ, ଶିକ୍ଷା ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ମହାରାଷ୍ଟ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ଯିବା ପାଇଁ ବୁଧବାର ଟିକେଟ୍ ମିଳିଛି। ଏତଦ୍ ବ୍ୟତୀତ ମନସୁଖ ଭାଇ ମାଣ୍ଡବ୍ୟା ଓ ପୁରୁଷୋତ୍ତମ ରୁପାଲା ଗୁଜରାଟ ଓ ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ରାଜ୍ୟସଭା ଯିବେ।

 

ରାଜ୍ୟସଭାର ୫୮ଟି ସିଟ ପାଇଁ ଆଗାମୀ ମାର୍ଚ୍ଚ ୨୩ରେ ମତଦାନ ହେବ। ୧୬ଟି ରାଜ୍ୟରେ ଏହି ମତଦାନ ହେବ। ମାର୍ଚ୍ଚ ୧୨ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ କରିବାକୁ ପଡ଼ିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top