ମଧୁସାଗର ବିଦ୍ୟାପୀଠରେ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ

କେନ୍ଦ୍ରାପଡା ୮/୨(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଚିନ୍ତାମଣି ଗୁରୁଜୀ ଓ ରୁକ୍ମଣୀ ଦେବୀ ସ୍ମାରକୀ ନ୍ୟାସ, ମଧୁସାଗର ଟ୍ରଷ୍ଟ ବୋର୍ଡ ଏବଂ ମଧୁସାଗର ବିଦ୍ୟାପୀଠର ଅନ୍ତେବାସୀଙ୍କ ମିଳିତ ଆନୁକୁଲ୍ୟରେ ବିଦ୍ୟାପୀଠ ପରିସରରେ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାପୀଠ ପରିସରକୁ ସଫେଇ କରାଯିବା ସହିତ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଜାତିର ପିତା ମହାତ୍ମାଗାନ୍ଧୀ, ଚିନ୍ତାମଣି ଗୁରୁଜୀ ଓ ରୁକ୍ମଣୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ବିଦ୍ୟାପୀଠର ପ୍ରଧାନ ଗୁରୁଜୀ ସୁଧିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେଏ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ସର୍ବଧର୍ମ ପ୍ରାର୍ଥନା କରାଯାଇଥିଲା। ମଧୁସାଗର ଟ୍ରଷ୍ଟ ବୋର୍ଡର ସଭ୍ୟ ତଥା ସ୍ମାରକୀ ନ୍ୟାସର ସମ୍ପାଦକ ଭ୍ରମର ରାଉତ, ଗୁରୁମା ସୁନିତା ମହାନ୍ତି, ମାଧୁରୀ ଭଦ୍ର, ଯଦୁମଣି ପରିଡା, ସଂଗ୍ରାମ କେଶରୀ ପରିଡା, ବୈଷ୍ଣବ ଖଣ୍ଡୁଆଳ ପ୍ରମୁଖ ମଧୁବାବୁଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଶେଷରେ ଛାତ୍ର ଅନନ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *