ଅନୁଗୁଳ

ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତା ବଂଟନ

ତାଳଚେର, ୨୮/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ହାଟତୋଟାସ୍ଥିତ ପ୍ରଜାମଣ୍ଡଳ ଭବନ ଠାରେ ଆଜି ମଧୁବାବୁ ପେନସନ ଯୋଜନାରେ ନୂତନଭାବେ ଅନ୍ତର୍ଭୁକ୍ତ ହୋଇଥିବା ବିଧବା, ଭିନ୍ନକ୍ଷମ ଏବଂ ଅବିବାହିତ ଝିଅ ଆଦି ମୋଟ ୨୭୦ଜଣ ହିତାଧିକାରୀଙ୍କୁ ଭତା ବଂଟନ କରାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ହିତାଧିକାରୀଙ୍କୁ ଏହି ଭତା ବଂଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ତାଳଚେର ପଂଚାୟତ ସମିତି ଅଧ୍ୟକ୍ଷ ବୃନ୍ଦାବନ ବେହେରା, ବିଡିଓ ନିତ୍ୟାନନ୍ଦ ସାହୁ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ, ତାଳଚେର ବ୍ଲକର ବହୁ ସରପଂଚ, ସମିତି ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ। ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମଧୁବାବୁ ପେନସନ ଯୋଜନାରେ ଗରିବ, ବିଧବା, ଭିନ୍ନକ୍ଷମ, ଅବିବାହିତ ଝିଅ, ଏଡ଼ସ ରୋଗୀ, ରୋଗ ମୁକ୍ତ କୁଷ୍ଠ ରୋଗୀ ନିର୍ମାଣ ଶ୍ରମିକମାନଙ୍କୁ ସାମିଲ କରାଯାଇଥିବା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଭତା ବଂଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top