‘ମଧୁବାବୁ ଥିଲେ ଓଡିଆ ଜନ ଜୀବନରେ ଜଣେ ସ୍ୱାଭିମାନୀ ପୁରୁଷ’ ପୁଣ୍ୟ ଉତ୍କଳ, ଭଦ୍ରକ ଶାଖାର ମଧୁସୂଦନ ଦାସ ଜୟନ୍ତୀ

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମଧୁବାବୁ ଥିଲେ ଓଡିଆ ଜନ ଜୀବନରେ ଜଣେ ସ୍ୱାଭିମାନୀ ପୁରୁଷ। ଓଡିଆ ଜାତିପ୍ରୀତି, ଓଡିଆ ଜାତିର ସର୍ବାଙ୍ଗୀନ ଉନ୍ନତି ପାଇଁ କର୍ମବର୍ଦ୍ଧତା, ତଥା ଆଇନ ବୃତ୍ତିରେ ତାଙ୍କର ବିଚକ୍ଷଣ ପ୍ରତିଭା ତାଙ୍କୁ ଯୁଗ ଯୁଗ ଧରି ଓଡିଆ ଜନମାନସରେ ଅମର କରି ରଖିଥିବ ତଥା ଉତ୍କଳ ଗୌରବ ଭାବେ ସମ୍ମାନିତ କରୁଥିବ ବୋଲି ପୁଣ୍ୟ ଉତ୍କଳ, ଭଦ୍ରକ ଶାଖା ଆନୁକୂଲ୍ୟରେ ସାଳନ୍ଦୀ ଆବସିକ ମହାବିଦ୍ୟାଳୟ, ନରିପୁର ଭଦ୍ରକ ପରିସରରେ ଆୟୋଜିତ ମଧୁସୂଦନ ଦାସ ଜୟନ୍ତୀ ସମାରୋହରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଉତ୍କଳ ଗୌରବ ଦିବସ ରୂପେ ପାଳିତ ହୋଇଥିବା ମଧୁବାବୁଙ୍କ ଏହି ଜୟନ୍ତୀ ସମାରୋହରେ ପୁଣ୍ୟ ଉତ୍କଳ, ଭଦ୍ରକ ଶାଖା ର ସଭାପତି ରବିନାରାୟଣ ଖିଲାର ଏହି ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ନୀହାର ରଂଜନ କର ପୌରୋହିତ୍ୟ କରିଥିଲେ। ଏହି ଉତ୍ସବରେ ଚିକିତ୍ସାବିତ୍ ତଥା ସମାଜସେବୀ ଡା. ହରେକୃଷ୍ଣ ନାୟକ ମୁଖ୍ୟଅତିଥି, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା, ନାଟ୍ୟ ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି ବିଶିଷ୍ଟ ଅତିଥି, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଇ. ଅଭୟ ସୂତାର, ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ଡା. ଅନୀଲ କୁମାର ଦାଶ, ଉତ୍ସର୍ଗ ସଂଗଠନର ସଭାପତି ଅପୂର୍ବ ରଂଜନ ବେହେରା ଓ ସମାଜସେବୀ ଅମରେନ୍ଦ୍ର ବିଶ୍ୱାଳ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ। କବୟିତ୍ରୀ ମମତାରାଣୀ ଦାଶ ଅତିଥି ପରିଚୟ ଦେଇଥିବାବେଳେ ଅଧ୍ୟାପିକା ଚିନ୍ମୟୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଅଶୋକ କୁମାର ଦତ୍ତ ଏହି ଉତ୍ସବକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *