ମଦ ମୁକ୍ତ ଓଡିଶା କରିବ ଯିଏ: ମହିଳା ଭୋଟ ପାଇବ ସିଏ

ପୁରୀ:୯/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମା ଘର ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଆଜି ୟୁଥ୍ ହଷ୍ଟେଲ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମା ଘର ଫାଉଣ୍ଡେସନ ରାଜ୍ୟ ଅଧ୍ୟକ୍ଷା ସମାଜସେବୀ ତଥା ଆଇନଜୀବୀ ରୁତୁପର୍ଣ୍ଣା ମହାନ୍ତି କହିଲେ ଯେ ଓଡିଶାକୁ ମଦ ମୁକ୍ତ କରିବା ପାଇଁ ମା ଘର ଟ୍ରଷ୍ଟ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମେ ଏହି କାର୍ଯ୍ୟକ୍ରମ ୭ଟି ଜିଲ୍ଲାରେ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲ୍ଲାରେ ସଂଗଠନ ପକ୍ଷରୁ ସଚେତନତା କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାର ଯୋଗୁ କିଭଳି ମହିଳା ଓ ଶିଶୁଙ୍କ ପ୍ରତି ହିଂସା ବଢ଼ୁଛି। ସେ ସମ୍ପର୍କରେ ସୂଚନା ଦେଇଥିଲେ। ରାଜ୍ୟରେ ବେରୋଜଗାରୀ ନାରୀ ନିର୍ଯୃାତନା ଦୁର୍ଘଟଣା ଜନିତ ମୃତ୍ୟୁ ଓ ବଳାତ୍କାର ଭଳି ଘଟଣା ପାଇଁ ମୁଖ୍ୟତଃ ମଦ ଦାୟୀ ବୋଲି ସେ ସୁଚାଇଥିଲେ। ମଦରୁ ଆଦାୟ ହେଉଥିବା ଟିକସର ବହୁ ଗୁଣ ଅଧିକ ଟଙ୍କା ମଦ ଜନିତ ଅପରାଧ ଦୁର୍ଘଟଣା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଖର୍ଚ୍ଚ କରୁଛନ୍ତି। ତେଣୁ ମଦ ରାକ୍ଷାସ କବଳରୁ ଓଡିଶାକୁ ରକ୍ଷା କରିବା ପାଇଁ ମାଘର ସଂଗଠନ ବିଭିନ୍ନ ଜିଲ୍ଲାର ଆସିଥିବା କର୍ମକର୍ତ୍ତାମାନେ ଜଗନ୍ନାଥ ମନ୍ଦିରକୁ ଯାଇ ବାଇଶି ପାହାଚରେ ଶପଥ କରିଥିଲେ। ଆଗାମୀ ୨୪ରୁ ୨୭ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ। ଗୋପବନ୍ଧୁଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କଟକରୁ ପଦଯାତ୍ରା ୩୦ରୁ ଆରମ୍ଭ ହେବ। ପଦଯାତ୍ରା ଭୁବନେଶ୍ୱରରେ ପହଞ୍ଚି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଆଗାମୀ ନିର୍ବାଚନରେ ବିଧାନସଭା ତଥା ଲୋକସଭା ପାଇଁ ପ୍ରତି ରାଜନୈତିକ ଦଳ ୫୦ପ୍ରତିଶତ ସ୍ଥାନ ମହିଳା ନେତ୍ରୀଙ୍କ ପପାଇଁ ସରଂକ୍ଷଣ ରଖନ୍ତୁ ବୋଲି ଦାବି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ‘ମଦ ମୁକ୍ତ ଓଡିଶା କରିବ ଯିଏ ମହିଳା ଭୋଟ ପାଇବ ସିଏ’ ଏହି ସ୍ଲୋଗାନ ନିର୍ବାଚନ ବେଳେ ଦିଆଯିବ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *