ମଦ ବିରୋଧିଙ୍କ ଘୋଷଣା ଅପ୍ରେଲ ପହିଲାରୁ ଆରମ୍ଭ ହେବ ସରକାରୀ ବିରୋଧି ଅଭିଯାନ

କେନ୍ଦ୍ରାପଡା ୧୮/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ନିଶା ପ୍ରସାର ନୀତି ବିରୋଧରେ ଆନେ୍ଦାଳନ କ୍ରମଶଃ ସଂଗଠିତ ରୂପ ନେଉଛି । ଗତ ଜାନୁଆରୀ ୩୦ତାରିଖରେ ନିଶା ବିରୋଧି ମାନଙ୍କର ଭୂବନେଶ୍ୱରରେ ହୋଇଥିବା ଜାତୀୟ ସମ୍ମିଳନୀରେ ହଜାର ହଜାର ଆନେ୍ଦାଳନକାରୀ ଏକତ୍ରୀତ ହୋଇ ଅପ୍ରେଲ ପହିଲା ସୁଦ୍ଧା ରାଜ୍ୟରେ ୧୯୫୬ ନିଶା ନିବାରଣ ଆଇନକୁ କାର୍ଯ୍ୟକାରି କରିବା,ନମତରା ଗୁଳିକାଣ୍ଡ ତଦନ୍ତ ରିପୋର୍ଟର ସାର୍ବଜନୀକରଣ କରିବା ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ରାଜ୍ୟରେ ମଦ ବିରୋଧି ଆନେ୍ଦାଳନକାରୀଙ୍କ ବିରୋଧରେ ହୋଇଥିବା ସମସ୍ତ ମୋକଦ୍ଦମାକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ମାତ୍ର ସରକାର ଏଦିଗରେ ଏପର୍ଯ୍ୟନ୍ତ କୈାଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଦୁହୁରିଆସ୍ଥିତ ସାଇମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ନେତୃବୃନ୍ଦ ଏକାଠି ହୋଇଥିଲେ । ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଜିଲ୍ଲା ସଭାନେତ୍ରୀ ପାର୍ବତୀ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ଆଦିକନ୍ଦ ରାଉଳ ସଭାର ଉଦେଶ୍ୟ ଜ୍ଞାପନ କରିବା ସହିତ ସରକାରଙ୍କ ନିଶା ନିବାରଣ ପାଇଁ ଆଇନଗତ ପଦକ୍ଷେପ ନେବା ବଦଳରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଜନଆନେ୍ଦାଳନର ଚାପରେ ବନ୍ଦ ହୋଇଥିବା ମଦ ଦୋକାନ ଗୁଡିକର ନବୀକରଣ ପାଇଁ ଉଦ୍ୟମ କରୁଥିବାରୁ ଘୋର ଉଦବେଗ ପ୍ରକାଶ କରିବା ସହିତ ଏକ ବୃହତ୍ତର ଆନେ୍ଦାଳନ ପାଇଁ ସୂଚନା ଦେଇଥିଲେ । ସଂଗଠନର ରାଜ୍ୟ କାର୍ଯ୍ୟକର୍ତ୍ତା ତାରାକାନ୍ତ ନାୟକ ଓ ସତ୍ୟବ୍ରତ ପୃଷ୍ଟିଙ୍କ ମାର୍ଗଦର୍ଶନରେ ଦୈ୍ରାପଦୀ ରାଉତ,ରମଣୀରଞ୍ଜନ ରାଉତରାୟ,ସନାତନ ମୁଦୁଲି,ନିରଞ୍ଜନ ସାହୁ,ସରୋଜ ସେନାପତି,ବାନାମ୍ବର ସାହୁ,ନିରୂପମା ମହାନ୍ତି,୬ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଦାସ,୫ନମ୍ବର ଜୋନର ରେଶ୍ମୀ ଚକ୍ରବର୍ତ୍ତୀ,ମମତାମ୍ୟୀ ସାମଲ,ନିରଞ୍ଜନ ଦାସ,ମନୋଜ ଓଝା ଓ ଦମୟନ୍ତୀ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣକରି ଆସନ୍ତା ଅପ୍ରେଲ ପହିଲା ଠାରୁ ପ୍ରତ୍ୟକ୍ଷ ଭାବରେ ସରକାର ବିରୋଧି ଅଭିଯାନ ଆରମ୍ଭ କରିବାକୁ ସ୍ଥିର କରିଥିଲେ । ଏଥି ପାଇଁ ନିଶା ନିବାରଣ ଅଭିଯାନର ଯୁବ ବାହିନୀ ନେତୃତ୍ୱରେ ମାର୍ଚ୍ଚ ୩୦ତାରିଖ ସକାଳୁ ରାଜକନିକାର ନମତରା ଠାରୁ ଶତାଧିକ ଯୁବ ଆନେ୍ଦାଳନକାରୀଙ୍କ ଏକ ମଟର ସାଇକେଲ ଶୋଭାଯାତ୍ରା ବାହାରି ଜିଲ୍ଲାର ଆଳି,ପଟ୍ଟାମୁଣ୍ଡାଇ ସମେତ ସମସ୍ତ ବ୍ଲକ ଅଞ୍ଚଳରେ ଆନେ୍ଦାଳନର ବାର୍ତ୍ତା ପ୍ରଚାରକରି ଅପ୍ରେଲ ୧ତାରିଖରେ ଓଡିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ଘୋଷଣା କରାଗଲା । ଏହି ଅବସରରେ ଦୈ୍ରାପଦୀ ରାଉତ ଓ ସନାତନ ମୁଦୁଲିଙ୍କୁ ଯଥାକ୍ରମେ ସଭାପତି ଓ ସମ୍ପାଦକ କରି ଏକ ୨୭ଜଣିଆ କେନ୍ଦ୍ରାପଡା ବ୍ଲକ କମିଟି ଗଠନ କରାଯାଇଥିଲା । ଶେଷରେ କୈଳାସ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *