ମଦିନା ମଇଦାନରେ ହଜଯାତ୍ରୀଙ୍କ ପାଇଁ ତାଲିମ ଶିବିର

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଗାମୀ ହଜଯାତ୍ରା ପରିପ୍ରେକ୍ଷୀରେ ଏକ ତାଲିମ ଶିବିର ଆସନ୍ତା ୨୩ ଓ ୨୪ ତାରିଖ ଅନୁଷ୍ଠିତ ହେବ। ଭଦ୍ରକ ପୂୁରୁଣାବଜାର ମଦିନା ମଇଦାନ ଠାରେ ଅନୁଷ୍ଠିତ ଶିବିରରେ ପ୍ରସିଦ୍ଧ ହାଫିଜ୍ ମୌଲାନା ସୟେଦ ଅବଦୁଲ ମସଜୁଦ ହବୀବୀ ହଜଯାତ୍ରୀମାନଙ୍କୁ ତାଲିମ ଦେବେ। ହଜଯାତ୍ରା ସମୟରେ ଯାତ୍ରୀମାନେ କିପ୍ରକାର ସାବଧାନତା ଅବଲମ୍ବନ କରିବେ ସେ ସମ୍ପର୍କରେ ସବିଶେଷ ତାଲିମ ପ୍ରଦାନ କରାଯିବ। ତାଲିମ ଶିବିରରେ ହଜଯାତ୍ରୀଙ୍କ ପାଇଁ ରହିବା ଓ ଖାଇବାର ସମସ୍ତ ସୁବିଧା ଶିବିରରେ କରାଯାଇଛି। ହାଜୀ ଇସଲାମ ବେଗ, ହାଜୀ ସିରାଜ ସାହେବ, ସଲିମ ଖାଁ ସାହେବ ପ୍ରମୁଖ ଉକ୍ତ ତାଲିମ ଶିବିରରେ ତାଲିମ ପ୍ରଦାନ କରିବେ ବୋଲି ହଜ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *