ଜିଲ୍ଲା ପରିକ୍ରମା

ମଦମୁକ୍ତ ଓଡିଶା ପାଇଁ ଭଦ୍ରକ ଜିଲ୍ଲା କମିଟିର ନିଷ୍ପତି

ଭଦ୍ରକ,୨ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ରାଜସ୍ୱ ଆଦାୟ ନାମରେ ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତି ଯୋଗୁଁ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ମଦ ଦୋକାନକୁ ଲାଇସେନ୍ସ୍ ଦେଇ ଚାଲିଥିବା ବେଳେ ନାଗରିକ ସମାଜ ସାମାଜିକ ବିଶୃଙ୍ଖଳାର ସମ୍ମୁଖିନ ହୋଇଛି  । ଏହି ପରିପ୍ରେକ୍ଷୀରେ ରାଜ୍ୟକୁ ସଂପୂର୍ଣ୍ଣ ନିଶାମୁକ୍ତ ଘୋଷଣା ଦାବିରେ ଜିଲ୍ଲାରେ ମଦ ବିରୋଧୀମାନେ ଅଧିକରୁ ଅଧିକ ସକ୍ରିୟ  ହେବାରେ ଲାଗିଛନ୍ତି  । ଆସନ୍ତା ନିର୍ବାଚନ ପୂର୍ବରୁ ସରକାରଙ୍କ ଉପରେ ଅଧିକ ଚାପ ସୃଷ୍ଟିକରି ୧୯୫୬ ମସିହା ନିଶାନିବାରଣ ଆଇନକୁ କାର୍ଯ୍ୟକାରୀ କରାଇବା ନିମନ୍ତେ ସେପ୍ଟେମ୍ବର ୨ ତାରିଖଠାରୁ ପ୍ରଚାର ଅଭିଯାନକୁ ଜୋରଦାର କରିବା ନିମନ୍ତେ ଆଜି ଭଦ୍ରକ ନରିପୁର ଠାରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଜିଲ୍ଲା କମିଟି ପକ୍ଷରୁ ବୈଠକରେ ଉପସ୍ଥିତ ନେତୃମଣ୍ଡଳୀ ନିଷ୍ପତି ଗ୍ରହଣ କରିଛନ୍ତି  । ଏଥି ନିମନ୍ତେ ଜିଲ୍ଲାର ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇ ଆସନ୍ତା ଅକ୍ଟୋବର ୨ ତାରିଖରେ ପବିତ୍ର ଗାନ୍ଧୀ ଜୟନ୍ତୀରେ ଦସ୍ତଖତ ସମ୍ବଳିତ ଦାବିପତ୍ର ସ୍ଥାନୀୟ ବିଧାୟକମାନଙ୍କୁ ପ୍ରଦାନ କରାଯିବ  । ଏହି ଅଭିଯାନରେ ଛାତ୍ର ଛାତ୍ରୀ, ମହିଳା, ଯୁବକ ଓ ବୁଦ୍ଧିଜୀବୀ ସହ ସାଧାରଣ ଲୋକମାନଙ୍କୁ ସାମିଲ କରାଯିବ  । ଏହା ସତ୍ୱେ ସରକାର କାଳକ୍ଷେପଣ ନୀତି ଅବଲମ୍ବନ କଲେ । ନଭେମ୍ବର ୨୩ ତାରିଖ ଦିନ ନବକୃଷ୍ଣ ଚୋ÷ଧୁରୀଙ୍କ ଜୟନ୍ତୀରେ ଜିଲ୍ଲାର ସମସ୍ତ ବିଧାୟକଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦିଆଯିବ । ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ଏ ସଂପର୍କରେ ବିଧାୟକମାନେ ସେମାନେ ବିଧାନସଭାରେ ଆଲୋଚନାକରି ୧୯୫୬ ମସିହାଠାରୁ ପଡିରହିଥିବା ଆଇନଟିକୁ କାର୍ଯ୍ୟକାରୀ କରିବା ଦିଗରେ ତତ୍ପର ହୋଇ ଉଠନ୍ତୁ ନଚେତ ନିର୍ବାଚନ ସମୟରେ ସଂଗଠନ ତରଫରୁ ପ୍ରତିରୋଧ କରାଯିବ  । ଏହି ସଭାରେ ଜିଲ୍ଲା କମିଟିର ଉପସଭାପତି ଅଧିବକ୍ତା ଅଗଣୀ ଚରଣ ଜେନା ସଭାପତିତ୍ୱ କରି ଏଜେଣ୍ଡା ଉପରେ ଆଲୋଚନା କରିଥିଲେ  । ଜିଲ୍ଲା ସଂପାଦକ ଆଇନଜୀବୀ ଗିରିଧାରୀ ନାଥ ନିଶାନିବାରଣ କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରି ଆନେ୍ଦାଳନକୁ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଗ୍ରାମ ମହାନ୍ତି, ପ୍ରଫେସର ଅଟଳ ବିହାରୀ ନାୟକ,ସଭ୍ୟା ସରସ୍ୱତୀ ସେନାପତି, ଶାନ୍ତିଲତା ନାଗ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ  । ଧାମନଗର ବ୍ଲକ ନେତା ଜଗନ୍ନାଥ ରାୟ, ତିହିଡି ବ୍ଲକ ନେତ୍ରୀ କଳ୍ପନା ନନ୍ଦ, ଚାନ୍ଦବାଲିର ଯୁବନେତା ପ୍ରଦୀପ ଦାସ, ଭଦ୍ରକ ବ୍ଳକର ଅନ୍ନପୂର୍ଣ୍ଣା ସାହୁ, ସସ୍ମ୍ମିତା ବାରିକ,ଜୟନ୍ତୀ ରାଉତ, ଭଣ୍ଡାରୀପୋଖରୀ ବ୍ଲକ ନେତ୍ରୀ ସ୍ନେହଲତା ପହି, ବନ୍ତ ବ୍ଲକ ଆବାହକ ତ୍ରିଲୋଚନ ପଣ୍ଡା, ଅମର ପାଣିଗ୍ରାହୀ ଯୋଗଦେଇ ଜିଲ୍ଲାରୁ ମଦ ହଟାଇବା ପାଇଁ ମତାମତ ଦେଇଥିଲେ  । ରାଜ୍ୟ କମିଟି ସଂପାଦକ ରମାକାନ୍ତ ମଣ୍ଡଳ, ରାଜ୍ୟ ସଂଯୋଜକ ଖଗେଶ୍ୱର ବଳ, ଇନ୍ଦୁମତୀ ସାହୁ ଏବଂ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ମଦବିରୋଧୀ ଆନେ୍ଦାଳନକୁ ଭଦ୍ରକ ଜିଲ୍ଲାରେ ତୀବ୍ରତର କରିବାକୁ ଆହ୍ୱାନ ଦେଇଥିଲେ  । ଚଳିତ ବର୍ଷ ଗାନ୍ଧିଜୀଙ୍କର ୧୫୦ ତମ ଜୟନ୍ତୀ ପାଳନ ହେଉଥିବାରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ଲକ୍ଷ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ଗାନ୍ଧିଜୟନ୍ତୀରେ ସଂପୃକ୍ତ ବିଧାୟକମାନଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତି ନିଆଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top