ମଥୁରା ଗ୍ରାମରେ ମା ଦଣ୍ଡ କାଳୀଙ୍କ ଯାତ୍ରା ଆରମ୍ଭ

ପୋଲସରା ୪-୪ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଥିବା ସେହି ଅଞ୍ଚଳର ପ୍ରସିଦ୍ଧ ମା ଦଣ୍ଡ କାଳୀଙ୍କ ୧୩ ଦିନବ୍ୟାପି ଯାତ୍ରା ଆରମ୍ଭ ହୋଇଯାଇଛି।ଏହି ଦଣ୍ଡ ଯାତ୍ରାରେ ମଥୁରା ଗ୍ରାମର ବିଶିଷ୍ଠ ସମାଜସେବୀ ବନପାତ୍ର ଏବଂ ସଞ୍ଜୟ ମହାପାତ୍ର ଙ୍କ ତତ୍ତ୍ୱବଧାନରେ କିପରି ମାଙ୍କର କାର୍ଯ୍ୟ ସୁଚାରୁ ରୁପେ କିଛି ବିଘ୍ନ ନଘଟି କାର୍ଯ୍ୟକାରୀ ହେବ ତାହାଉପରେ ସେହି ଗ୍ରାମର ଏକ କମିଟି ଗଠନ କରାଯାଇଥିଲା ତଥା ବନମାଳୀ ମହାରଣା , ସନ୍ତୋଷ ସ୍ଵାଇଁ , ନାରାୟଣ ଦାସ , ରଘୁନାଥ ମହାପାତ୍ର , ଜଗବନ୍ଧୁ ମହାପାତ୍ର , କେଦାର ପାତ୍ର , ଓ ବୁଲୁ ରଥ ଙ୍କ ସମେତ ସହଯୋଗ ଲୋଡିଥିଲେ ମଥୁରା ଗ୍ରାମବାସୀ ବୃନ୍ଦ ଏବଂ ନିଆରା ଭିନ୍ନରେ ହସଲୁହ ଭରା ନାଟକକୁ ବି ମଞ୍ଚସ୍ତ କରିଛନ୍ତି ମଥୁରା ର କଳାକାର ବୃନ୍ଦ ନାଟକ ସୁଖ ହଜିଗଲା ଦୁଃଖ ହାଟରେ ନାଟକକୁ ନିର୍ଦେଶନା ଦେଇଥିଲେ ପ୍ରସାଦ ସାହୁ (କଲମ୍ବ ) ସେହିପରି ପୋଲସରା ବ୍ଲକର ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *