ଓଡ଼ିଶା

ମତ୍ସ ଓ ପଶୁସମ୍ପଦ ବିକାଶ ସଚିବଙ୍କ ମାଲକାନଗିରି ଜିଲ୍ଲା ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ମାଲକାନଗିରି, ୧୧ା୧ (ଓଡିଆ ପୁଅ ) ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ସଚିବ ତଥା ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଦାଇତ୍ୱରେ ଥିବା ବରିଷ୍ଟ ଆଇଏଏସ ଅଫିସର ବିଶାଲ ଗଗନ ତନି ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଚଂଳ ପରିଦର୍ଶନ କରି ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମାଥିଲି ବ୍ଲକସ୍ଥ କିଆଙ୍ଗ ଠାରେ ମେଗା ଲିଫ୍ଟ ପ୍ରୋଜେକ୍ଟ, କେନ୍ଦୁଗୁଡା ନିର୍ମାଣଧିନ ପୋଲ ପରିଦର୍ଶନ କରିଥିଲେ, ଗତ କିଛି ଦିନତଳେ ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟି ମୁଦୁଲିପଡା ଅଣ୍ଡ୍ରାହଲ ପଚାଂୟତରେ ନିର୍ମାଣଧିନ ରାସ୍ତା କାମରେ ବ୍ୟବହୃତ ୧୨ଟି ଗାଡିକୁ ମାଓବାଦୀମାନେ ପୋଡି ଦେଇଥିଲେ, ସେହି ସ୍ଥାନକୁ ସଚିବ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରି ତୁରନ୍ତ ବଣ୍ଡାଘାଟି ରାସ୍ତା ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ମୁଦୁଲିପଡାଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ସେଠାରେ ଅବସ୍ଥିତ ଡାକ୍ତର ଓ କର୍ମଚାରି ମାନଙ୍କୁ ବଣ୍ଡା ସଂପ୍ରଦାୟର ରୋଗୀଙ୍କ ସେବା ସଂପର୍କରେ ପଚାରିବୁଝିଥିଲେ।ଏହି ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ଗୋପବନ୍ଧୁ ଉନ୍ନୟନ ସ୍ୱେଚ୍ଛାସେବୀ ସଂସ୍ଥା ସୂଚାରୁ ଭାବେ ଚଳାଇ ଆସୁଛି। ଡାକ୍ତରଖାନାରେ ନିୟମିତ ଭାବେ ଡାକ୍ତର ଓ କର୍ମଚାରିମାନେ ଉପସ୍ଥିତ ରହି ଆଦିମ ବଣ୍ଡାମାନଙ୍କୁ ଉତ୍ତମ ସେବା ଯୋଗାଇ ଆସୁଥିବାରୁ କମିଶନର ଖୁସି ହୋଇଥିଲେ। ମୁଦୁଲିପଡା ଓ ଅଣ୍ଡ୍ରାହଲ ପଚାଂୟତର ବିଭିନ୍ନ ବଣ୍ଡା ଗାଁକୁ ଯାଇ ଗ୍ରାମ ବାସୀମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରିବୁଝି ଥିଲେ। କନ୍ୟା ଆଶ୍ରମ, ବଣ୍ଡା ଘାଟି ହାଇସ୍କୁଲ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଦାନ କିପରି ଚାଲିଛି ପଚାରି ବୁଝିଥିଲେ। ବଣ୍ଡାଘାଟିରେ ଅତ୍ୟାଧୁନିକ ପ୍ରଣାଳିରେ ଉନ୍ନତ ମାନର ବିଭିନ୍ନ ଫସଲ ସହିତ କାଜୁ, ସପୁରୀ ପଣଷ, ପଣଷ, ଅଳଶୀ, କଫି, ଚାଷ କରିବା ପାଇଁ ବଣ୍ଡା ଗ୍ରାମବାସୀମାନଙ୍କୁ ପରାମର୍ଶ ଦେଇଥିଲେ। ବଣ୍ଡା ଘାଟିରେ ଅତ୍ୟାବଳ୍ୟକୀୟ ସାମଗ୍ରୀର ସୁଷମ ବଟଂନ, ପକ୍କା ଗୃହ ଯୋଗାଣ, ବର୍ଦ୍ଦକ୍ୟ ଭତ୍ତା, ବିଧବା ଭତ୍ତା ପ୍ରଦାନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଖଇରପୁଟ ଠାରେ ପ୍ରତିଷ୍ଟିତ ମାଲ୍ୟବନ୍ତ କାଜୁ ଫେକ୍ଟ୍ରି ପରିଦର୍ଶନ କରିଥିଲେ।

ଆଜି ସକାଳେ କମିଶନର ବିଶାଲ ଗଗନ ସତିଗୁଡା ଠାରେ ଥିବା ପରିବେଶୀୟ ପର୍ଯ୍ୟଟନସ୍ଥଳୀ, ମତ୍ସ୍ୟ ବିଭାଗର ନର୍ସରୀ, ସତିଗୁଡା ଜଳ ଭଣ୍ଡାରରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଦାନିଗୁଡା ଠାରେ ଥିବା ଗ୍ରୀଡ, ପଷୁ ସମ୍ପଦ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ, ବାଲିମେଳାଠାରେ ଥିବା ସହରାଚଂଳ ଜଳ ଯୋଗାଣ ପ୍ରକଳ୍ପ ସହିତ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଥିଲେ। ସଚିବଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ଡିଏଫଓ ସମ୍ରାଟ ଗୌଡା, ଉପ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ, ଡିଆରଡିଏ ଏପିଡି ମାନସ ମିଶ୍ର, ପୂର୍ତ୍ତ ଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ ଇଂ.ଅରୁଣ କୁମାର ସାହୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ବାହୀ ଯନ୍ତ୍ରୀ ଇଂ.ଏନ.ହରିହର ରାଓ, ଜିଲ୍ଲା ମଙ୍ଗଳ ଅଧିକାରୀ ପିତାମ୍ବର ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜଗଦୀଶ ପଣ୍ଡା, ମାଲକାନଗିରି ବିଡିଓ ବିରଚିଂ ନାରାୟଣ ଦରଓ୍ୟାନ ଙ୍କ ସହିତ ଅନ୍ୟାନ୍ୟ ବିଡିଓ, ଜିଲ୍ଲା ସ୍ତର ଓ ବ୍ଲକସ୍ଥର ଅଧିକାରୀମାନେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଡିଆରଡିଏ ସଭାଗୃହରେ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ, ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଫିସର ଓ ସମସ୍ଥ ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top