ମତ୍ସ ଓ ପଶୁସମ୍ପଦ ବିକାଶ ସଚିବ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ସମୀକ୍ଷା

ମାଲକାନଗିରି,୧୧ା୨  (ଓଡିଆ ଫୁଅ )  ରାଜ୍ୟ ମତ୍ସ ଓ ପଶୁସମ୍ପଦ ବିଭାଗ ସଚିବ ତଥା ମାଲକାନଗିରି ଜିଲ୍ଲାର ନୋଡାଲ ଅଫିସର ଦାଇତ୍ୱରେ ଥିବା  ବରିଷ୍ଟ ଆଇଏଏସ ଅଫିସର ବିଶାଲ ଗଗନ ଆଜି ମାଲକାନଗିରି ଜିଲ୍ଲାଗସ୍ତରେ ଆସି ବିଭିନ୍ନ ଅଚଂଳ ପରିଦର୍ଶନ କରି ଡିଆରଡିଏ ସମ୍ମୀଳନି କକ୍ଷରେ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଖଇରପୁଟ ବ୍ଲକସ୍ଥ ରାସବେଢା ପଚାଂୟତ ଠାରେ ଗରିବ ଆଦିବାସୀ ମାନଙ୍କୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ସ୍ୱାବଲମ୍ବି କରିବା ଉଦେଶ୍ୟରେ ପିଆଜ ଚାଷ ପାଇଁ ଅର୍ଥିକ ଅନୁଦାନ ଦେଇଥିଲେ, ସେହି ଆଦିବାସୀଲୋକଙ୍କୁ ଗ୍ରାମରେ ଏକ ଉତ୍ପାଦକ ଗୃପଗଠନକରି  ଗୋପବନ୍ଧୁ ଉନ୍ନୟନ ସ୍ୱେଚ୍ଛାସେବୀ ସଂସ୍ଥା ପ୍ରୋତ୍ସାହିତ କରିଥିଲେ । କମିଶନର ଧାଙ୍ଗଡାବେଟା ଗ୍ରାମକୁ ଯାଇ ପିଆଜ ଚାଷ ଦେଖି ବହୁତ ଖୁସି ହୋଇଥିଲେ । ଖଇରପୁଟ ଡାକ୍ତର ଖାନାରେ ନିୟମିତ ଭାବେ ଡାକ୍ତର ଓ କର୍ମଚାରି ମାନେ ଉପସ୍ଥିତ ରହି ଆଦିମବଣ୍ଡା ମାନଙ୍କୁ ଉତମ ସେବା ଯୋଗଇ ଆସୁଥିବାରୁ କମିଶନର  ଖୁସି ହୋଇଥିଲେ । ଖଇରପୁଟ ବ୍ଲକରେ ବଣ୍ଡାସଂପ୍ରଦାୟର ଲୋକ ମାନଙ୍କୁ  ଭେଟି ସେମାନଙ୍କ ସୁବିଧା ଅସୁବିଧା କଥା ପଚାରିବୁଝି ଥିଲେ ।

କନ୍ୟାଆଶ୍ରମ, ହାଇସ୍କୁଲ ପରିଦର୍ଶନ କରି ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାଦାନ କିପରି ଚାଲିଛି ପଚାରି ବୁଝିଥିଲେ । ବଣ୍ଡାସଂପ୍ରଦାୟ ମାନଙ୍କପାଇଁ ଅତ୍ୟାଧୁନିକ ପ୍ରଣାଳିରେ ଉନ୍ନତମାନର ବିଭିନ୍ନ ଫସଲ ସହିତ କାଜୁ, ସପୁରୀପଣଷ, ପଣଷ.ଅଳଶୀ,କଫି,ଚାଷ କରିବା ପାଇଁ ବଣ୍ଡାଗ୍ରାମବାସୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଖଇରପୁଟ ବ୍ଲକସହ ବଣ୍ଡାଘାଟିରେ ଅତ୍ୟାବସକିୟ ସାମଗ୍ରୀର ସୁଷମବଟଂନ, ପକ୍କାଗୃହ ଯୋଗାଣ,ବର୍ଦ୍ଦକ୍ୟଭତା, ବିଧବା ଭତା ପ୍ରଦାନ ଓ ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟର ତଦାରଖ କରିଥିଲେ । ଖଇରପୁଟ ଠାରେ ପ୍ରତିଷ୍ଟିତ ମାଲ୍ୟବନ୍ତ କାଜୁ ଫେକ୍ଟ୍ରି ପରିଦର୍ଶନ କରିଥିଲେ ।  କମିଶନର ବିଶାଲ ଗଗନ   ମତ୍ସବିଭାଗର ନର୍ସରୀ,ପଷୁସମ୍ପଦବିଭାଗର ବିଭିନ୍ନ ଉନ୍ନୟନମୁଳକ କାର୍ଯ୍ୟ ବୁଲିଦେଖିଥିଲେ, ସହରାଚଂଳ ଜଳ ଯୋଗାଣ ପ୍ରକଳ୍ପ ସହିତ ଅନ୍ୟାନ ଉନ୍ନୟନମୁଳକ କାର୍ଯ୍ୟ ପରିଦର୍ଶନ କରିଥିଲେ । ଆଜି ସନ୍ଧ୍ୟାରେ ଡିଆରଡିଏ ସଭାଗୃହରେ ବିଭିନ୍ନ ବିଭାଗର ଉନ୍ନୟନମୁଳକ କାର୍ଯ୍ୟସଂପର୍କରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୌଠକ କରିଥିଲେ ,ଏହି ବୈଠକରେ ସଚିବଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ,ଅତିରିକ୍ତ ଜିଲ୍ଲାପାଳ ରଘୁମଣିଗମାଙ୍ଗୋ,ପିଏ ଆଇଟିଡିଏ ରାମକୃଷ୍ଣଗଣ୍ଡ,ଡିଆରଡିଏ ଏପିଡି ମାନସ ମିଶ୍ର,ପୂର୍ତଗୃହ ନିର୍ମାଣ ବିଭାଗ ଯନ୍ତ୍ରୀ ଇଂ.ଅରୁଣକୁମାର ସାହୁ ଗ୍ରାମଉନ୍ନୟନ ସଂସ୍ଥାର ନିର୍ବାହି ଯନ୍ତ୍ରୀ ଇଂ.ଏନ.ହରିହର ରାଓ,ସିଡିଏମଓ ଡା ଅମରେନ୍ଦ୍ର କୁମନାର ମହାନ୍ତି,ଜିଲ୍ଲାମଙ୍ଗଳ ଅଧିକାରୀ ପିତାମ୍ବର ନାୟକ, ଜିଲ୍ଲାମତ୍ସଅଧିକାରୀ ଜଗଦିଶ ପଣ୍ଡା,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଅମିୟକୁମାର ସାହୁ, ବିଡିଓ,ଜିଲ୍ଲାସ୍ତର ଓ ବ୍ଲକସ୍ଥର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *