ମଣ୍ଡଳ ରେଳ ପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ସିଟି ଷ୍ଟେସନ ନିରୀକ୍ଷଣ

ସମ୍ବଲପୁର, ୧୩/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମଣ୍ଡଳ ରେଳ ପ୍ରବନ୍ଧକ, ସମ୍ବଲପୁର ଡକ୍ଟର ଜୟଦୀପ ଗୁପ୍ତା ସମସ୍ତ ଶାଖା ଅଧିକାରୀଙ୍କ ସହିତ ସମ୍ବଲପୁର ସିଟୀ ଷ୍ଟେସନ ନିରୀକ୍ଷଣ କରିଥିଲେ। ନିରୀକ୍ଷଣ ସମୟରେ ଡକ୍ଟର ଗୁପ୍ତା ପିଆରଏସ୍ କାଉଣ୍ଟର, ଗୁଡ଼ସ ସେଡ଼, ଡ଼ର୍ମେଟୋରୀ, ରିଟାରିଂ ରୁମଗୁଡ଼ିକ ତନ୍ନ ତନ୍ନ କରି ଦେଖିଥିଲେ ଏବଂ ଅଧିକାରୀମାନଙ୍କୁ ଷ୍ଟେସନ, ରେଳଧାରଣା ଓ ଷ୍ଟେସନ ସମ୍ମୁଖ ଅଂଶକୁ ଅଧିଖ ସଫାସୁତୁରା ରଖିôବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସେ ରେଳଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

Leave a Reply

Your email address will not be published. Required fields are marked *