କେନ୍ଦୁଝର

ମଣ୍ଡଳସ୍ତରୀୟ ବିଦ୍ୟାଳୟ କ୍ୟାବିନେଟ କର୍ମଶାଳା ଅନୁଷ୍ଠିତ

କେନ୍ଦୁଝର, ୮ା୧୧(ଓଡିଆ ପୁଅ/ପ୍ରଦୀପ ମହାନ୍ତି): ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମି ଭୁବନେଶ୍ୱର ଓ ୟୁନିସେଫ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୪ରୁ ୬ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ମଣ୍ଡଳସ୍ତରୀୟ ତ୍ରିଦିବସୀୟ ବିଦ୍ୟାଳୟ ମନ୍ତ୍ରୀମଣ୍ଡଳ କର୍ମଶାଳା ସରକାରୀ ଉଚ୍ଚ ବିଦ୍ୟାଳୟ ନରଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ମଣ୍ଡଳ ଅନ୍ତର୍ଗତ ୯ଟି ଜିଲ୍ଲାରୁ ବିଦ୍ୟାଳୟ କ୍ୟାବିନେଟରେ ୨୫ଜଣ ବଛାବଛା ମୁଖ୍ୟମନ୍ତ୍ରୀ ଏବଂ ସଂପୃକ୍ତ ବିଦ୍ୟାଳୟର ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅଂଶ୍ରଗହଣ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ମଣ୍ଡଳ ଶିକ୍ଷାମଣ୍ଡଳାଧିଶ କୁଷୁମାଞ୍ଜଳୀ ନାଥ, ମୁଖ୍ୟ ବକ୍ତାଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ମୋଚିରାମ ବଳିୟାର ସିଂହ ଏବଂ ସମ୍ମାନୀତ ଅତିଥିଭାବେ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କବିତାରାଣୀ ଦାସ ଯୋଗ ଦେଇ ବିଦ୍ୟାଳୟରେ ସ୍କୁଲ କ୍ୟାବିନେଟର ଆବଶ୍ୟକତା ଓ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ। କ୍ୟାବିନେଟ କର୍ମଶାଳାରେ ସରୋଜ କୁମାର ମହାପାତ୍ର, ସୁଧାକର କୁଅଁର ଷ୍ଟେଟ ରିସୋର୍ସ ପର୍ସନଭାବେ ଯୋଗ ଦେଇ ପରିଚାଳନା କରିଥିଲେ। କର୍ମଶାଳାରେ ଶିଶୁ ସାମ୍ବାଦିକମାନଙ୍କର ଅତିଥିମାନଙ୍କୁ ପ୍ରଶ୍ନ କରିବାର ଶୈଳୀ କିପରି ରହିବ ତାହା ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଏହାପରେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଅତିଥିମାନେ ରଖିଥିଲେ। ଉଦଯାପନୀ ଦିବସରେ କର୍ମଶାଳାରେ ଯୋଗଦାନ କରିଥିବା ସ୍କୁଲ କ୍ୟାବିନେଟ ମୁଖ୍ୟମନ୍ତ୍ରୀଗଣ ଏବଂ ଗାଇଡ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ୟୁନିସେଫ ଓ ଏ.ଟି.ଏଲ.ସିର ରାଜ୍ୟ କୋଅଡିନେଟର ସୁଶ୍ରୀ ସର୍ବଜିତା ବାନାର୍ଜୀ, ରିସ ର୍ଚ୍ଚ ଏସୋସିଏଟ ନିତ୍ୟାନନ୍ଦ ଦାସ, ୟୁନିସେଫ ଏଜୁକେସନ ଅଫିସର ସୁଶ୍ରୀ ମଞ୍ଜରୀ ଶାହା, ୟୁନିସେଫ କୁମ୍ୟୁନିକେସନ ସ୍ପେଶାଲିଷ୍ଟ ସୁଶ୍ରୀ ଅଳକା ଗୁପ୍ତା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କୋଡିପଶା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସାହୁ, ସହକାରୀ ଶିକ୍ଷକ କୃଷ୍ଣାଞ୍ଜନ ଆଚାର୍ଯ୍ୟ, ବାଂଶପାଳ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିକାଶ ଶତପଥି, ନରଣପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସୋମନାଥ ଆଇଚ, ଶିକ୍ଷକ ଦେବବ୍ରତ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top