ମଣିଜଙ୍ଗା ହାଇସ୍କୁଲରେ ଓଷ୍ଟାମେଧା ଅନ୍ୱେଷଣ ପରିକ୍ଷା : ଭାଗ ନେଲେ ୨୪୬ ଜଣ ପରୀକ୍ଷାର୍ଥୀ

ତିର୍ତ୍ତୋଲ୧୨/୧୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ହାଇସ୍କୁଲ ପରିସରରେ ଆଜି ପୂର୍ବାହ୍ନ ୧୦ଟାରେ ଓଷ୍ଟାମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। ଓଷ୍ଟାର ସହସଂପାଦକ ତଥା ଜଗତସିଂହପୁର ଜିଲ୍ଲା ଓଷ୍ଟା ସଂପାଦକ ନାରାୟଣ ଚନ୍ଦ୍ର ବାରିକ, ମଣିଜଙ୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାରଦା ପ୍ରସନ୍ନ ଜେନା, ଏରସମା ବ୍ଲକ ଓଷ୍ଠା ସଂପାଦକ ଅଭୟ କୁମାର ପ୍ରଧାନ, କୁଜଙ୍ଗ ବ୍ଲକ ଓଷ୍ଟା ସଂପାଦକ ଶାରଦା ପ୍ରସାଦ ଦାସ, ତିର୍ତ୍ତୋଲ ବ୍ଲକ ଓଷ୍ଟା ସଂପାଦକ ଶୁଶୀଲ କୁଅଁର, ରଘୁନାଥପୁର ବ୍ଲକ ଓଷ୍ଟା ସଂପାଦକ ରଂଜନ ମିଶ୍ର, ଓଷ୍ଟା ସହ ସଂପାଦକ ସୁବାଷ ଚନ୍ଦ୍ର ଦାସ, ଓଷ୍ଟା କର୍ମକର୍ତ୍ତା ଅନିଲ କୁମାର ଜେନା, ଅଜିତ କୁମାର ଲେଙ୍କା, କୌଳାସ ଚନ୍ଦ୍ର ନାୟକ ଓ ବିନୋଦ କୁମାର ମୁଦୁଲି ପ୍ରମୁଖ ଶିକ୍ଷକ ନେତାମାନେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କୁଜଙ୍ଗ, ଏରସମା, ତିର୍ତ୍ତୋଲ, ରଘୁନାଥପୁର ୪ଟି ବ୍ଲକର ୨୪୬ ଜଣ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ଓଷ୍ଟା ମେଧାବୃତ୍ତି ପରିକ୍ଷାରେ ଭାଗନେଇଥିବା ଜଣାପଡ଼ିଛି। ପୂର୍ବାହ୍ନ ୧୧ ଘଟିକାରେ ପରିକ୍ଷା ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କୁ ପ୍ରେତ୍ସାହନ, ଦକ୍ଷତା ବିକାଶ ଓ ପ୍ରତିଭା ଅନ୍ୱେଷଣ ପାଇଁ ଏହା ଏକ ଶିକ୍ଷକ ସଂଘ ପକ୍ଷରୁ ମହତ କାର୍ଯ୍ୟବୋଲି ଅଭିଭାବକମାନେ ମତପୋଷଣ କରିଥିଲେ।

Leave a Reply

Your email address will not be published. Required fields are marked *