ଜଗତସିଂହପୁର

ମଣିଜଙ୍ଗା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଜମିରହୁଛି ପାଣି

ତିର୍ତ୍ତୋଲ, ୨୧/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅଧିନରେ ଥିବା ଏକମାତ୍ର ମଣିଜଙ୍ଗା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପାଣି ଜମିରହି ସ୍ୱାସ୍ଥ୍ୟକେନ୍ଦ୍ର ପରିବେଶକୁ ଖରାପ୍ କରିବା ସହିତ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଦୈନିକ ସତାଧିକ ରୋଗୀ ବିଭିନ୍ନ ଅଞ୍ଚଳରୁ ପ୍ରାଥମିକ ସ୍ୱାସ୍ଥ୍ୟ ସୁବିଧା ପାଇବା ପାଇଁ ଆସିଥାନ୍ତି। ବିଭିନ୍ନ ଯୋଜନାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଉନ୍ନୟନ ମୂଳକ କାର୍ଯ୍ୟରେ ଲକ୍ଷଲକ୍ଷଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଠିକାଦାର ପ୍ରିତି ଓ ନିମ୍ନମାନର କାମଯୋଗୁଁ ସ୍ୱାସ୍ଥ୍ୟକେନ୍ଦ୍ରର ପଛପଟ ଦ୍ୱାର ନିକଟରେ ଜମିରହୁଛି ବର୍ଷାଜଳ। ପ୍ରଚଣ୍ଡ ରୌଦ୍ର ତାପରେ ଏହି ବର୍ଷାଜଳ ସୁଖିଜିବା ବଦଳରେ ସିଉଳି ହୋଇ ଜଳବାହିତ ରୋଗଜୀବାଣୁଙ୍କ ଆଡା ସ୍ଥଳୀ ପାଲଟିଛି। ଷ୍ଟାପକ୍ୱାଟରକୁ ଯିବାପାଇଁ ହେଲେ ସିମେଣ୍ଟଅଖାରେ ବାଲିପୁରାଇ କୃତିମ ପାଦଚଲା ରାସ୍ତାକୁ ଭରସା କରିବାକୁପଡୁଛି। ଏହି ପାଣି ଜମି ରହିବା ଯୋଗୁଁ ଷ୍ଟାପମାନେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେବା ସହିତ ରୋଗୀ ଓ ରୋଗୀଙ୍କ ସମ୍ପକୀୟ ଜମିରହିଥିବା ପାଣିରେ ପଶି ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ମେଡିକାଲ୍ ପରିସରରେ ଏଭଳି ପାଣି ଜମିରହି ଅସ୍ୱାସ୍ଥ୍ୟକର ପରିବେଶ ଦୁରକରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top