ମଞ୍ଚରେ ମଧୁଛନ୍ଦା ମୟୂରୀ ଉର୍ବଶୀ

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପିଲାଟି ବେଳୁ ଉର୍ବଶୀଙ୍କ ପାଦ ଯୁଗଳ ନାଚିବାକୁ ହେଉଥିଲା ପାଗଳ। ଗୀତଟିଏ କାନରେ ବାଜିଲେ ତାଙ୍କ କୁନି କୁନି ପାଦ କେତେ ଛନ୍ଦକୁ ହାତ ଠାରି ଡାକୁଥିଲା। ଏଥିପାଇଁ ଗୁରୁ ପର୍ଶୁରାମ ସେଠୀଙ୍କ ଠାରୁ ଓଡ଼ିଶାୀ ଶିଖିଲେ। ନୃତ୍ୟ ପ୍ରତି ସମର୍ପଣ ଭାବ ରଖିଲେ। ନୃତ୍ୟ ନିମଗ୍ନା ହୋଇ ପାଲଟିଗଲେ ସମ୍ଭାବନାମୟୀ ପ୍ରତିଭାଟିଏ। ଏବେ ବିଭିନ୍ନ ମଂଚାରେ ଓଡ଼ିଶୀ ପରିବେଷଣ କରି ଦର୍ଶକଙ୍କୁ ମୁଗ୍ଧ କରିବା ସହ ପ୍ରଶଂସା ଗୋଟାଇ ଚାଲିଛନ୍ତି। ସେ ଦୂରଦର୍ଶନ କେନ୍ଦ୍ର ସମେତ ଇଟିଭି ଚାନେଲରେ ଓଡ଼ିଶାୀ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ସେହିପରି ଝୁମ ସାକାଲାକା, ନୂପୁର, ଏବିସି ଟିଭି, ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ ଆଦିରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହିଛନ୍ତି। ଏବେ ସେ ଭଦ୍ରକ କଲେଜରେ ପଢୁଥିବାବେଳେ ମନମୋହନ ପରିଷଦ ସଂଗୀତ ବିଦ୍ୟାଳୟରେ ଓଡ଼ିଶାୀ ଶେଷ ବର୍ଷର ଛାତ୍ରୀ। ମାତ୍ର ପରିବାର ସ୍ୱଚ୍ଛଳ ନୁହେଁ। ସରକାରୀ ପ୍ରୋତ୍ସାହନ ନାହିଁ। ମାଟିର ଫୁଲ ହୋଇ ପ୍ରତିଭାର ପାଖୁଡା ମେଲିଚାଲିଛନ୍ତି। ମାତ୍ର ନିଜ ମହକ ଭୁବନେଶ୍ୱର, ଦିଲ୍ଲୀ ବା ଅନ୍ୟ ରାଜ୍ୟରେ ବିତରିବାକୁ ସୁଯୋଗ ପାଇନାହାଁନ୍ତି। ଭୁବନେଶ୍ୱର, କୋଣାର୍କରେ ହେଉଥିବା ନୃତ୍ୟ ମହୋତ୍ସବରେ ଓଡିଶୀ ପରିବେଷଣର ସୁଯୋଗ ପାଇଲେ ସେ ବି ସମସ୍ତଙ୍କୁ ସମକୃତ କରାଇପାରିବେ। ଏଥିପାଇଁ ପ୍ରଶାସନ ତାଙ୍କ ପ୍ରତି ସୁନଜର ଦେବାକୁ ସାଧାରଣରେ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *