ଓଡ଼ିଶା

ମଜୁରୀ ଟଙ୍କା ନ ପାଇ ଶ୍ରମିକ ହତାଶ, ଟଙ୍କା ପ୍ରଦାନ ନ କଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କରଞ୍ଜିଆ ୧୬/୬ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ମୟୁରଭଞ୍ଜ ଜିଲ୍ଲାରେ MGNRGS କାର୍ଯ୍ୟ ସମ୍ପୂର୍ଣ୍ଣ ଫେଲ। ଜିଲ୍ଲାର ବିଭିନ୍ନ ଜାଗାରେ ହଇଥିବା ଚାରା ରୋପଣରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ପରିଲକ୍ଷିତ ହୋଇଛି। ସେହିପରି ପାଞ୍ଚପିଢ଼ ଉପଖଣ୍ଡରେ ଉଦ୍ୟାନ ବିଭାଗ ଦ୍ୱାରା ହୋଇଥିବା ଚାରା ରୋପଣରେ ମହାଘୋଟାଲା ହୋଇଥିବା ଅଭିଯୋଗ ହୋଇଛି।

ପାଞ୍ଚପିଢ଼ୀ ଉପଖଣ୍ଡ ରସମତଳା ଗ୍ରାମ ପଞ୍ଚାୟତର ଘଡାଘାଗୁରି ଗ୍ରାମରେ 2015-16, 2016-17 ମସିହାରେ ପାମଅଏଲ, କାଜୁ ଏବଂ ଲିଚୁ ଚାରା ରୋପଣ ହଇଥିବା ବେଳେ ୩ ବର୍ଷର ରକ୍ଷଣା ବେକ୍ଷଣା ଜଗୁଆଳି କରାଯାଇ ସରକାରଙ୍କ ରାଜ୍ୟ କୋଷରୁ ଟଙ୍କା ଖର୍ଚ୍ଚ କରାଯାଇଛି, ତେବେ ଜଗୁଆଳି କିମ୍ବା କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଟଙ୍କା ହଡପ କରାଯାଇଥିବା, ସେହିପରି ୩ବର୍ଷ ରକ୍ଷଣା ବେକ୍ଷଣା କରିବା କଥା ହେଲେ ତାହା ନ କରି ବିଭଗୀୟ କର୍ମଚାରୀ ଏବଂ ଉଦ୍ୟାନ ସାଥୀ ମିଶି ମଜୁରୀ ଟଙ୍କା ଏବଂ ପକାଇବାକୁ ଥିବା ସାର ଏବଂ କୀଟନାଶକ ଔଷଧ ଟଙ୍କା ଖର୍ଚ୍ଚ ନ କରି ହଡପ କରିଥିବା ଅଭିଯୋଗ ହୋଇଛି।

ଉକ୍ତ ପ୍ରକଳ୍ପ ପାଇଁ ୩ ଗୋଟି ବୋରୱେଲର ଯନ୍ତ୍ରାଂଶ ଗୋଟାଏ ଜେନେରେଟର ମଧ୍ୟ ହଡପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ସେହି ସମାନ ଜାଗାରେ ଆଉ ଏକ ବିନା ଫଳକରେ କାଜୁ ଚାରା ରୋପଣ କରିବା ବିଭାଗ ଏବଂ ନିୟୋଜିତ ଥିବା ଉଦ୍ୟାନ ସାଥୀଙ୍କ କାର୍ଯ୍ୟ କଳାପ ସନ୍ଦେହ ସୃଷ୍ଟି କରିଛି।ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଜୁରୀ ଯଥା ଶୀଘ୍ର ପ୍ରଦାନ ନ କୋଲେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କୁହନ୍ତି କାର୍ଯ୍ୟରତ ଶ୍ରମିକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top