ଜିଲ୍ଲା ପରିକ୍ରମା

ମଜୁରୀ ଚୁକ୍ତିନାମା ପାଇଁ ବିଏମଏସର ଗଣବିକ୍ଷୋଭ

ରାଉରକେଲା ୨୩-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସେଲ ଶ୍ରମିକ ମାନଙ୍କ ପାଇଁ ଶୀଘ୍ର ମଜୁରୀ ଚୁକ୍ତିନାମା ଦାବିରେ ବିଏମଏସ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି। ସାଧାରଣ ସମ୍ପାଦକ ହିମାଂଶୁ ବଳ ଓ ସଭଭାପତି ବିବେକାନନ୍ଦ ମହାନ୍ତଙ୍କ ନେତୃତ୍ୱରେ ଶହଶହ ଶ୍ରମିକ ଏହି ଗଣବିକ୍ଷୋଭରେ ଭାଗ ନେଇ ସେଲ କର୍ତ୍ତୃପକ୍ଷ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ନବମ ବେତନ ଚୁକ୍ତିନାମାର ଅବଧି ୨୦୧୬ ଡିସେମ୍ବରରୁ ଶେଷ ହୋଇଥିବା ବେଳେ ନୂତନ ମଜୁରୀ ଚୁକ୍ତିନାମା ପାଇଁ ଏପର୍ଯ୍ୟନ୍ତ ଏନଜେସିଏସ ବୈଠକ ଡକାଯାଉନାହିଁ। ଯାହାକି ସେଲ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣ ନିତୀର ସୂଚନା ବୋଲି ବିଏମଏସ ପକ୍ଷରୁ କୁହାଯାଇଛି। କମ୍ପାନୀର କ୍ଷତି ସମୟରେ ଶ୍ରମିକ ମାନଙ୍କ ମିଳିତ ପ୍ରୟାସରେ କମ୍ପାନୀର ଆର୍ଥିକ ପରିସ୍ଥିତି ଧୀରେ ଧୀରେ ସୁଧରିବାରେ ଲାଗିଛି। ତେଣୁ କର୍ମଚାରୀ ମାନଙ୍କ ମନୋବଳ ବଢାଇବା ପାଇଁ ସେଲ କର୍ତ୍ତୃପକ୍ଷ ଏନଜେସିଏସ ବୈଠକ ଡାକି ମଜୁରୀ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ କରିବା ପାଇଁ ବିଏମଏସ ପକ୍ଷରୁ ଦାବି କରାଯାଇଛି। ଏହି ମର୍ମରେ ଷ୍ଟିଲ ଫେଡେରେସନ ବିଏମଏସର ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାଥ ମହାନ୍ତଙ୍କ ସ୍ୱାକ୍ଷରିତ ୩୪ ଦଫା ଦାବିପତ୍ର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଓ ସେଲ ଅଧ୍ୟକ୍ଷଙ୍କୁ ଦିଆଯାଇଛି। ଏହାର ଅବିକଳ ନକଲ ଆରଏସପି ସିଇଓଙ୍କୁ ପ୍ରଦାନ କରାଯାଇଛି। ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ସର୍ବନିମ୍ନ ୨୦ ପ୍ରତିଶତ ଦରମା ବୃଦ୍ଧି, ଅଫିସର ମାନଙ୍କ ଭଳି ୩୫ ପ୍ରତିଶତ ଫ୍ରୀଜଂର ସୁବିଧା, ୨୫୦ ଟଙ୍କାର ରାତ୍ରୀକାଳୀନ ଭତ୍ତା ସମେତ ବିଭଭିନ୍ନ ଦାବି ଉପସ୍ଥାପନ ହୋଇଛି। ଏହି ବିକ୍ଷୋଭରେ ଆରଆଇକେକେଏସର ବିକାଶ ଚନ୍ଦ୍ର ହାଲଦାର, ପ୍ରଦୋଷ ପଣ୍ଡା, ପ୍ରଭାତ କିଶୋର ବେହେରା, ସତ୍ୟାନନ୍ଦ ଦାସ, ନାରାୟଣ ମହାନ୍ତି, ଲଳିତ ଜେନା, ଦୀନବନ୍ଧୁ ପାତ୍ର, କମଳାକାନ୍ତ ମିଶ୍ର, ଅଭିମନ୍ୟୁ ମହାପାତ୍ର, ସମର ମହାନ୍ତି, ମାନସ ରାଏ, ପ୍ରଦୀପ ରାଏ, ସନ୍ତୋଷ ମହାପାତ୍ର, ସରୋଜ ପ୍ରଧାନ, ସରୋଜ ଜେନା, ନିରଂଜନ ରଥ, ରାମଚନ୍ଦ୍ର ହାଂସଦା, ଅମର ଜୟସ୍ୱାଲ, ମନୋଜ ସାହୁ, ତ୍ରୀଲୋକ୍ୟ ବେହେରା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top