ଓଡ଼ିଶା

ମଙ୍ଗଳାନଦୀ ମୁହାଣରେ ସାମୁଦ୍ରିକ ବିଶେଷଜ୍ଞଙ୍କ ସର୍ଭେ

ପୁରୀ:୧୨/୯ (ଓଡ଼ିଆ ପୁଅ) : ମଙ୍ଗଳାନଦୀ ମୁହାଣରେ ବେଳାଭୂମି ଅବକ୍ଷୟର କାରଣ ଖୋଜୁଛନ୍ତି ସାମୁଦ୍ରିକ ବିଜ୍ଞାନୀ। ନ୍ୟାସନାଲ ସେଣ୍ଟର ଅଫ୍ ସଷ୍ଟନେବୁଲ କୋଷ୍ଟାଲ ମ୍ୟାନେଜମେଣ୍ଟ ପକ୍ଷରୁ ମଙ୍ଗଳବାର ସର୍ଭେ ଆରମ୍ଭ କରାଯାଇଛି। ଅତ୍ୟାଧୁନିକ ପଦ୍ଧତି ‘ବ୍ୟାଥିମେଟ୍ରି’ ମାଧ୍ୟମରେ ସମୁଦ୍ର ଓ ମଙ୍ଗଳାନଦୀର ଭିତର କରେଣ୍ଟ ଗଭୀରତା ମାପ କରାଯାଉଛି। ୪ଜଣ ବିଶେଷଜ୍ଞ କାର୍ଯ୍ୟ ଆରମ୍ଭ କରିଛନ୍ତି। ମଙ୍ଗଳାନଦୀ ମୁହାଣରେ ବେଳାଭୂମି ଅବକ୍ଷୟର କାରଣ ଓ ପ୍ରତିକାର ଖୋଜା ଚାଲିଛି। ସେମାନଙ୍କ ରିପୋର୍ଟକୁ ଭିତ୍ତି କରି ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ଆର୍ଥିକ ଅନୁଦାନରେ ପ୍ରତିଷେଧକ ବ୍ୟବସ୍ଥା କରାଯିବ। ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସାମୁଦ୍ରିକ ବିଶେଷଜ୍ଞଙ୍କ ସହାୟତା ନିଆଯାଇଛି। ୨୦୦୬ ମସିହା ଠାରୁ ମଙ୍ଗଳାନଦରୀ ଗତିପଥ ପରିବର୍ତ୍ତନ କରୁଛି। ଷ୍ଟର୍ଲିଂ ହୋଟେଲ ପଛପାର୍ଶ୍ୱ ବେଳାଭୂମି ଅଧିକ ଅବକ୍ଷୟ ହେଉଛି। ସମୁଦ୍ରରେ ମିଶିବା ପୂର୍ବରୁ ମଙ୍ଗଳାନଦୀ ପାଣି ବାମପାର୍ଶ୍ୱ ବେଳାଭୂମିରେ କୃତ୍ରିମ ଜୁଆର ସୀମା ଅତିକ୍ରମ କରି ସ୍ଥଳଭାଗ ଆଡକୁ ମାଡି ଆସୁଛି। ମଙ୍ଗଳାନଦୀ ମୁହାଣ ଠାରୁ ହୋଟେଲ ହଂସ କୋକୋପାମ୍ ପର୍ଯ୍ୟନ୍ତ ବେଳାଭୂମି ଅବକ୍ଷୟ ହେଉଛି। ସମୁଦ୍ର ଜୁଆରର ପ୍ରାକୃତିକ ଯାତାୟତ ରାସ୍ତା ଅବରୋଧ କରି ନୂଆ ରାସ୍ତା ନିର୍ମାଣ, ବାଲୁକାସ୍ତୂପ ନଷ୍ଟ ଏବଂ ବେଳାଭୂମିରୁ ବାଲି ଖନନ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହେଇଥାଇ ପାରେ ବୋଲି ସାମୁଦ୍ରିକ ବିଶେଷଜ୍ଞ ଆଶଙ୍କା କରୁଛନ୍ତି। ସର୍ଭେ ଶେଷ ହେବା ପରେ ରାଜ୍ୟ ଜଳସମ୍ପଦ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ଯାନ୍ତ୍ରିକ ଉପାୟରେ ସମୁଦ୍ର ଜୁଆରର ଉଚ୍ଚତା ଏବଂ ଗଭୀରତା ମାପ କରାଯାଉଥିବା ଡଃ ମଣିକୁନ୍ଦନ ପ୍ରକାଶ କରିଛନ୍ତି। ୨.୫ କି.ମି ଉପକୂଳ ଅଞ୍ଚଳରେ ସାମୁଦ୍ରିକ ବିପର୍ଯ୍ୟାୟର କାରଣ ଖୋଜିବା ଆରମ୍ଭ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top