ମଙ୍ଗଳପୁର ଗାଁ:ରାସ୍ତା ଏମିତି ଚାଲିକି ବି ଯାଇ ହେଉନି

ଚମ୍ପୁଆ ୧୪-୯ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) ଅଟକଳ ସରିଛି ମାତ୍ର ଅନୁଦାନ ଦେବାକୁ କୁନ୍ଥୁକୁନ୍ଥୁ ହେଉଛି ଜିଲ୍ଲା ପ୍ରଶାସନ। ଯାହାର ପାଇଁ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଯାମୁଦଲକ ପଞ୍ଚାୟତର ମଙ୍ଗଳପୁର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ପନ୍ଦର ବର୍ଷ ହେବ ଏହି ରାସ୍ତାରେ ମାଟି ମୁଠେମଧ୍ୟ ପଡିନି। ସାମାନ୍ୟ ବର୍ଷାରେ ରାସ୍ତା ସାରାକାଦୁଅ ହେଉଥିବା ବେଳେ ରାସ୍ତା ମରାମତି କରିବା ପାଇଁ ଗ୍ରାମ ବାସୀଙ୍କ ଅନେକ ଗୁହାରି ପ୍ରଶାସନକୁ ଶୁଣାଯାଇନାହିଁ। ନିକଟରେ ଆର.ଡି ବିଭାଗ ପକ୍ଷରୁ ରାସ୍ତା କାମ ପାଇଁ ଅଟକଳ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଅନୁଦାନ ଯୋଗାଇ ଦେଉନଥିବାରୁ ଗ୍ରାମବାସୀ ଯମ ଯନ୍ତ୍ରଣା ଭୋଗ କରୁଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କରାନଗଲେ ଗ୍ରାମବାସୀ ନିର୍ବାଚନ ବର୍ଜନ କରିବା ପାଇଁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *