ଭ କେ.ଜି.ଏନ ଟ୍ରଷ୍ଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାଲେଶ୍ୱରକୁ ୩-୧ରେ ହରାଇଲା ରାଜକନିକା

ଭଦ୍ରକ, ୨୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ପୁରୁଣାବଜାର କେ.ଜି.ଏନ ଟ୍ରଷ୍ଟ (ବାଙ୍କା ବଜାର) ଆନୂକୁଲ୍ୟରେ ମହାବୀର ପଡ଼ିଆରେ ଏକ ବିରାଟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସର ଖେଳରେ ବାଲେଶ୍ୱରର ମିଶନ ଟାଇଗର କ୍ଲବକୁ ୩-୧ ଗୋଲରେ ପରାସ୍ତ କରି ଏସ.ଏନ. କ୍ଲବ ବିଜେତା ହୋଇଛି । ରାଜକନିକା ଦଳ ପକ୍ଷରୁ ଗଙ୍ଗା, ଦୁର୍ଗା ନାୟକ ଓ ସଂଜୟ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଆଜିକାର ଖେଳରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀ, ଏସ.ଏମ ଫାରୁଖ, ହାଜି କାସିମ ଖାଁ, ମୁକିତ ଖାଁ ଓ ସରୋ ଭାଇ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କ ସହ କରମର୍ଦନ କରିଥିଲେ । ଏହି ଖେଳକୁ ମିର୍ଜା ଇଜାଜ ବେଗ, ଜୁଲଫିକର ଖାଁ, ଆବିଦ ଅଲ୍ଲୀ ଓ ଉତ୍ତମ ବାରିକ ପରିଚାଳନା କରିଥିଲେ ।କେ.ଜି.ଏନ ଟ୍ରଷ୍ଟର ସଭାପତି ସେଖ ନସିମ, ସମ୍ପାଦକ କଲିମୁଦ୍ଧିନ ଖାଁ, ଶେଖ ସମଦାନୀ, ନାସିର ଅଲ୍ଲୀ, ଫାରୁକ ଖାଁ ଓ ସଲିମ ଖାଁ ପ୍ରମୁଖ ସହଯୋଗ କରିଥିବା ବେଳେ ମୁସ୍ତାକ ଗୌହର ଭାଷ୍ୟକାର ଭାବେ ଦାୟିତ୍ୱ ତୁଲାଇଥିଲେ । ଆସନ୍ତା କାଲି ରୁପସା ବନାମ ଭଦ୍ରକ ଦଳ ସହିତ ଖେଳ ହେବ ।

Leave a Reply

Your email address will not be published. Required fields are marked *