ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୮ ବଖରା ଘର ଭସ୍ମୀଭୂତ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ସଂପତ୍ତି ନଷ୍ଟ

ଭଦ୍ରକ, ୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ବାବୁସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୮ ବଖରା ଘର ସଂପୂର୍ଣ୍ଣ ରୂପେ ପୋଡି ଭସ୍ମ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସଂପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବାବୁସାହି ନିବାସୀ ଧନେଶ୍ୱର ଜେନା ଓ ତାଙ୍କର ତିନିପୁତ୍ର ହରିହର ଜେନା, ଲକ୍ଷ୍ମୀଧର ଜେନା, ବିିଦ୍ୟାଧର ଜେନା ଗୋଟିଏ ପୁରବନ୍ଦୀରେ ପୃଥକ୍ ପୃଥକ୍ ଭାବେ ପରିବାର ସହ ରହିଆସୁଥିଲେ। ଗତକାଲି ରାତିର ସେମାନେ ଖାଇପିଇ ଶୋଇଥିବାବେଳେ ହଠାତ୍ ରାତି ପ୍ରାୟ ୩.୪୦ ସମୟରେ ଘରଗୁଡିକ ଜଳିବାକୁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଏଭଳି ଭୟାବହ ଥିଲା ଯେ ଚାରିଟି ପରିବାରର ୧୨ ଜଣ ପୁରୁଷ ଓ ମହିଳା ସଦସ୍ୟ କେବଳ ପିନ୍ଧାବସ୍ତ୍ର ବ୍ୟତୀତ ଆଉ କୌଣସି ସାମଗ୍ରୀ ଉଦ୍ଧାର କରିପାରିନଥିଲେ। କେବଳ ଜୀବନ ବଂଚାଇବାକୁ ସେମାନେ ଘରୁ ପଦାକୁ ବାହାରି ଆସିଥିଲେ। ଏହି ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ କିଂଚିତ୍ ଜଳ ଦ୍ୱାରା ଲିଭାଇବାର ପ୍ରୟାସ କରିବା ମଧ୍ୟରେ ଭଦ୍ରକରୁ ଦୁଇଟି ଦମକଳ ଯାଇ ସହାୟତା କରିଥିଲେ। ତେବେ ନିଆଁର ପ୍ରକୋପ ଏଭଳି ଭୟାବହ ଥିଲା ଯେ ତାକୁ ଆୟତ୍ତ କରିବା କଷ୍ଟସାଧ୍ୟ ହୋଇପଡିଥିଲା। ଏହି ଅଗ୍ନିକାଣ୍ଡରେ ଟିଭି, ଫି୍ରଜ୍, ଗଡରେଜ୍, ଡ୍ରେସିଂ ଟେବୁଲ, ସୁନା ଅଳଙ୍କାର, ଧାନ ଅମାର, ଚାଉଳ ସହିତ ସମସ୍ତ ଆସବାବ ପତ୍ର ପୋଡି ନଷ୍ଟ ହୋଇଯାଇଛି। ଏଣୁ ପ୍ରଶାସନ ତୁରନ୍ତ ଏହି ପରିବାରକୁ ସହାୟତା ଦେବାପାଇଁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *