ଓଡ଼ିଶା

ଭୟାବହ ଅଗ୍ନିକାଣ୍ଡ ଘଟି ମହିଳା ଜୀବନ୍ତ ଦଗ୍ଧ

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ବିବାହିତା ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଘଟଣାରେ ଭଦ୍ରକ ପୁରୁଣାବଜାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ମୃତା ମହିଳାଙ୍କ ଶବ ଉଦ୍ଧାର ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଜି ବ୍ୟବଚ୍ଛେଦ ପରେ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ସହରର ପୁରୁଣାବଜାର ଥାନା ଅଧୀନସ୍ଥ ସେକ୍ସାହି ନିବାସୀ ଉଦୟ ଖିଲାର ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ସେ ସୁବାସିନୀ ଖିଲାର (୩୩) ଙ୍କୁ ୯ ବର୍ଷ ହେବ ବିବାହ କରିଥିଲେ ମଧ୍ୟ କୌଣସି ସନ୍ତାନର ଜନକ ହୋଇପାରିନଥିଲେ। ତେବେ ଗତକାଲି ଉଦୟ ନିଜ କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ସୁବାସିନୀ ଘରେ ଏକାକୀ ଶୋଇଥିବାବେଳେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଏହାଦେଖି ଗ୍ରାମବାସୀମାନେ ଦମକଳବାହିନୀ ଓ ପୁଲିସ୍କୁ ଖବର ଦେବାରୁ ସେମାନେ ପହଞ୍ଚିଲାବେଳକୁ ଘରଟି ସଂପୂର୍ଣ୍ଣ ଜଳିଯାଇଥିଲା। ତେବେ ସୁବାସିନୀ ଭିତର ପଟୁ କବାଟ ଦେଇ ଶୋଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା। ଏହି ଅଗ୍ନିକାଣ୍ଡରେ ସୁବାସିନୀଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ନଷ୍ଟ ହୋଇଯାଇଛି। ପୁରୁଣାବଜାର ଥାନାର ମହାପ୍ରସାଦ ନାୟକ ତଦନ୍ତକାରୀ ଅଧିକାରୀ ଭାବେ ଆଜି ଏହି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top