ଭ୍ୟାନ୍ ଧକ୍କାରେ ମହିଳା ମୃତ

କୋରାପୁଟ;ତା୦୧-୦୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସେମିଲିଗୁଡା ଥାନା ସୁବାଇ ସାପ୍ତାହୀକି ହାଟରେ ଏକ ବୋଲେର ଜିପ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ସେମିଲିଗୁଡା ରେଲି ସାହିର ବି.ନିରାମଙ୍କ ପତ୍ନୀ ବି.ରୁକ୍ମଣୀ(୩୦) ବୋଲି ଜଣା ପଡିଛି। ରୁକ୍ମଣୀ ସୁବାଇ ହାଟରେ ରାସ୍ତା କଡରେ ବସି କଦଳୀ ବିକୁଥିବାବେଳେ ନନ୍ଦପୁରରୁ ସେମିଲିଗୁଡା ଆସୁଥିବା ଏକ ମେକ୍ସ ପିକଅପ୍ ଭ୍ୟାନ ରାସ୍ତା କଡରେ ବସିଥିବା କେତେକ ଉଠା ଦୋକାନୀଙ୍କୁ ଧକ୍କା ଦେଇଥିଲା। ଆହତ ଚାରିଜଣଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିବାବେଳେ ବାଟରେ ରୁକ୍ମଣୀଙ୍କ ମୃତ୍ୟୁ ହୋଇଥିଲା। ମୃତ ରୁକ୍ମଣୀଙ୍କ ସମ୍ପର୍କୀୟମାନେ ସେମିଲିଗୁଡା ନିକଟସ୍ଥ ବିଲେଇଗୁଡା ଗ୍ରାମରେ ଥିବା ଗାଡି ମାଲକଙ୍କ ଘରକୁ ଯାଇ କ୍ଷତି ପୂରଣ ଦେବା ଲାଗି ଦାବି କରିବା ସହ ମାଲିକଙ୍କ ଘର ସମ୍ମୁଖରେ ରାସ୍ତା ରୋକ କରିଥିଲେ। ସୂଚନା ପାଇଁ ସେମିଲିଗୁଡା ପୋଲିସ ସେଠାରେ ପହଞ୍ଚି ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ଓ ଗାଡି ମାଲିକଙ୍କ ଠାରୁ କ୍ଷତି ପୂରଣ ଆଦାୟ କରି ଦେବାକୁ ପ୍ରତିଶୃତି ପରେ ପରିସ୍ଥିତି ଶାନ୍ତ ପଡିଥିଲା।

Leave a Reply

Your email address will not be published. Required fields are marked *