ଭ୍ରଷ୍ଟାଚାର ଯୋଗୁଁ ଆଜି ୩ଜଣ ପୂର୍ବ ମୁଖ୍ୟମନ୍ତ୍ରୀ ଜେଲରେ, ଏବେ କାହାରିକୁ ଛଡ଼ାଯିବ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭ୍ରଷ୍ଟାଚାର ଉପରେ ପୁଣି ବର୍ଷିଛନ୍ତି। ସେ କହିଛନ୍ତିଯେ, ଭ୍ରଷ୍ଟାଚାରରେ ଲିପ୍ତ କୌଣସି ବ୍ୟକ୍ତିକୁ ଛଡ଼ାଯିବ ନାହିଁ। ସେ କହିଲେ କି ଏବେର ଅବସ୍ଥା ପୂର୍ବ ପରି ନାହିଁ। ଏବେ ସ୍ଥିତି ବଦଳିଛି। ଆଜି ଭ୍ରଷ୍ଟାଚାର କାରଣରୁ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି।

ଏନସିସିର ଏକ ସମାରୋହରେ ପ୍ରଧାନମନ୍ତ୍ରୀ କହିଲେ କି ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଲଢ଼ାଇ ଭାରତର ଯୁବକଙ୍କର ଭବିଷ୍ୟତରର ଲଡ଼ାଇ ଏବଂ ଏହି ଲଢାଇ ରୋକିବ ନାହିଁ। ଗୋଟିଏ ସମୟ ଥିଲା ଯେତେବେଳେ ଭ୍ରଷ୍ଟାଚାରର ଚର୍ଚ୍ଚା ହେଉଥିଲା ଏବଂ ଲୋକମାନେ ମାନୁଥିଲେ କି ବଡ଼-ବଡ଼ ଲୋକମାନଙ୍କର କିଛି ହୁଏ ନାହିଁ କିମ୍ବା ହେବନାହିଁ ବୋଲି। କିନ୍ତୁ ଏବେ ବହୁତ କିଛି ଦହଳି ଯାଇଛି। ଏବେ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲରେ। ସୂଚନାଯୋଗ୍ୟଯେ, କି ଚାରା ଘୋଟାଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଏବଂ ଜଗନ୍ନାଥ ମିଶ୍ର ଜେଲରେ ଥିବା ବେଳେ ହରିଆଣାର ପୂର୍ବତନ ସି.ଏମ. ଓମ ପ୍ରକାଶ ଚୌଟାଲା ମଧ୍ୟ ଭ୍ରଷ୍ଟାଚାର ଆରୋପରେ ଜେଲରେ ଅଛନ୍ତି।

ପ୍ରଧାମମନ୍ତ୍ରୀ ମୋଦୀ କହିଲେ କି ଆଜି ଦେଶର ନୌଜବାନ ଭ୍ରଷ୍ଟାଚାରକୁ ବରଦାସ୍ତ କରିବାକୁ ପ୍ରସ୍ତୁତ ନୁହେଁ। ଭ୍ରଷ୍ଟାଚାର ପ୍ରତି ଘୃଣା ଭାବ ସମାଜରେ ଜନ୍ମ ହୋଲାଣି। କେବଳ ଭ୍ରଷ୍ଟାଚାର ପ୍ରତି ଘୃଣା କରିବା, ରୋଷ ପ୍ରକଟ କରିବା ଦ୍ୱାରା କାମ ଚଳିବ ନାହିଁ। ସେଥିପାଇଁ ଲମ୍ବା ଲଢ଼ାଇ ଲଢ଼ିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ କହିଲେକି ଏହି ଲଡ଼ାଇ ରୋକିବାର ନାମ ନେବ ନାହିଁ। ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଲଢ଼ାଇ ଦେଶର ଯୁବକମାନଙ୍କର ଭବିଷ୍ୟତ ପାଇଁ। ଭ୍ରଷ୍ଟାଚାର ଏବଂ କଳାଧନର ବିରୁଦ୍ଧରେ ଲଢ଼ାଇ ରେକିବ ନାହିଁ। ସେ କହିଲେ କି ଏହା ଦେଶର ଯୁବଗୋଷ୍ଠୀ ଏନସିସି କ୍ୟାଡେଟଙ୍କୁ କିଛି ମାଗିବାକୁ ଚାହୁଁଛନ୍ତି ଏବଂ ତାଙ୍କର ଆଶା ଅଛିଯେ, ସେମାନେ କେବେ ତାଙ୍କୁ ନିରାଶ କରିବେ ନାହିଁ ବୋଲି।

Leave a Reply

Your email address will not be published. Required fields are marked *