ଭୋଟର ତାଲିକାରେ ଜାଲିଆତି,ବର୍ଦ୍ଧକ୍ୟ ଭତ୍ତା ହଡପ ଉଦ୍ୟମ

କେନ୍ଦ୍ରାପଡା, ୧୧/୦୯(ଲକ୍ଷ୍ମୀକାନ୍ତ ନାୟକ)- କାମ ନକରି ଖାଇବା,ସରକାରୀ ଧନ ହରିଲୁଟ କରିବା ଅସାଧୁ ବ୍ୟକ୍ତିଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି । ସରକାରୀ ଯୋଜନାକୁ ହଡପ କରିବାପାଇଁ ଯେ କୌଣସି ଉପାୟ ଅବଲମ୍ବନ କରି କାର୍ଯ୍ୟ ହାସଲ କରିବାକୁ ପଛାଉନାହାଁନ୍ତି । ଏପରି ଏକ ଗୁରୁତର ଜାଲିଆତି ଘଟଣା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ୨୦ଜଣ ବ୍ୟକ୍ତି ଭୋଟର ତାଲିକାରେ ଜାଲିଆତିକରି ବୟସ ବୃଦ୍ଧିକରି ବାର୍ଦ୍ଧକ୍ୟ ଭତ୍ତା ହଡପ କରିବାକୁ ଉଦ୍ୟମ କରିଛନ୍ତି । ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ଉକ୍ତ ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ କେନ୍ଦ୍ରାପଡା ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ ୨୦୧୪ ମସିହା ଭୋଟର ତାଲିକା ନିମ୍ନ ଲିଖିତ ଭୋଟରଙ୍କ ବୟସକୁ ଜାଲିଆତି କରି ବୃଦ୍ଧି କରାଯାଇ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ କେନ୍ଦ୍ରାପଡା ବ୍ଲକରେ ଦରଖାସ୍ତକରି ବାର୍ଦ୍ଧକ୍ୟ ଅପେକ୍ଷା ତାଲିକାରେ ଅନ୍ତଭୂର୍କ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ କଚେରୀପଡା ଗ୍ରାମର ଗୋପିନାଥ ଜେନାଙ୍କ ପୁଅ କାମଦେବ ଜେନା ୫୩ ବୟସରୁ ୬୯ବୟସ , ଜାନୁ ରାଉତଙ୍କ ପୁଅ ଅଞନ ରାଉତଙ୍କ ୫୩ବୟସରୁ ୬୪ ବୟସ,କପିଳ ପ୍ରଧାନଙ୍କ ପୁଅ ରମେଶ ଚନ୍ଦ୍ର ପ୍ରଧାନଙ୍କ ୫୬ରୁ ୬୫ ବୟସ, ଗୋପିନାଥ ନାୟକଙ୍କ ପୁଅ ନିରାକାର ନାୟକ ୪୭ରୁ ୬୬ ବୟସ, ଗୋପିନାଥ ଜେନାଙ୍କ ପୁଅ ବାମଦେବ ଜେନା ୫୭ରୁ ୭୩ ବୟସ, ହରେକୃଷ୍ଣ ଜେନାଙ୍କ ପୁଅ ପନôୀ ବାସନ୍ତୀ ଜେନା ୬୨ରୁ ୬୬ ବୟସ,ମଙ୍ଗୁଳୀ ସେଠୀଙ୍କ ପନôୀ ମାଲା ସେଠୀ ୬୦ରୁ ୬୫ବୟସ, ବଙ୍ଗଡା ଗ୍ରାମର ବିଦ୍ୟାଧର ପରିଡାଙ୍କ ପନôୀ କ୍ଷୀରୋଦବାଳା ପରିାଡ ୫୨ ରୁ ୬୬ବର୍ଷ, ନଟବର ଜେନାଙ୍କ ପୁଅ କୈଳାସ ଚନ୍ଦ୍ର ଜେନା ୫୩ରୁ ୬୫ବୟସ,ଅରକ୍ଷୀତ ଦାସଙ୍କ ପନôୀ ବସନ୍ତ ମଞରୀ ଦାସ ୬୦ରୁ ୬୫, ଭୂବନୀ ସାହୁଙ୍କ ପନôୀ ମାତାଞ୍ଚଳି ସାହୁ ୩୫ ରୁ ୬୫ବୟସ, ମଥୁରି ମଲ୍ଲିକଙ୍କ ପୁଅ ପଞ୍ଚାନନ ମଲ୍ଲିକ ୬ରୁ ୬୫ବୟସ, ନବଘନ ମଲ୍ଲିକଙ୍କ ପୁଅ କରୁଣାକର ମଲ୍ଲିକ ୬୦ରୁ ୬୬ ବୟସ, ଭଜକୃଷ୍ଣ ଦାସଙ୍କ ପନôୀ ମାତାଜୀ ଦାସ ୫୭ରୁ ୬୩ ବୟସ ପରବର୍ତ୍ତୀ ଭୋଟର ତାଲିକାରେ ଜାଲିଆତି କରାଯାଇଛି । ଏହି ଜାଲିଆତି ଭୋଟର ତାଲିକା ବୟସକୁ ଆଧାରକରି ବାର୍ଦ୍ଧକ୍ୟ ଭତ୍ତା ପାଇଁ କେନ୍ଦ୍ରାପଡା ବ୍ଲକରେ ଦରଖାସ୍ତକରି ଯୋଗ୍ୟ ବିବେଚିତ ହୋଇ ଅପେକ୍ଷା ତାଲିକାରେ ଅଛନ୍ତି । ଏହି ଜାଲିଆତି କାର୍ଯ୍ୟକୁ ଗୁରୁତ୍ୱ ଦେଇ ଉପଯୁକ୍ତ ତଦନ୍ତ କରାଇ ବାର୍ଦ୍ଧକ୍ୟ ତାଲିକାରୁ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବଗଡା ଗ୍ରାମପଞ୍ଚାୟତ ଅଧିବାସୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଆଜି ଏହି ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ସୁଜିତ କୁମାର ବେହେରା,ଶରତ କୁମାର ଦାସ, ଭାସ୍କର ପ୍ରଧାନ ସମେତ ଅନ୍ୟମାନେ ଏହି ମର୍ମରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦନ କରିଥିଲେ ।

Leave a Reply

Your email address will not be published. Required fields are marked *