ଭୂଷଣ ଷ୍ଟିଲ କର୍ମଚାରୀଙ୍କ ଧାରଣା

ରେଙ୍ଗାଲି, ୫/୯ (ଓଡ଼ିଆ ପୁଅ) – ଭୂଷଣ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟର କାର୍ଯ୍ୟରତ ଜମିହରାଙ୍କ ଉପଯୁକ୍ତ ଦରମା ବୃଦ୍ଧି ହେଉ ନଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଜମିହରା କର୍ମଚାରୀମାନେ କାର୍ଯ୍ୟବନ୍ଦ କରି କାରଖାନାର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଭୂଷଣ ଷ୍ଟିଲର ୩୦୧ ଜମିହରାଙ୍କୁ ୨୦୦୫ରେ ନିଯୁକ୍ତି ଦିଆଯାଇଥିଲା। ୩ ବର୍ଷରେ ଥରେ ସେମାନଙ୍କ ଦରମା ବୃଦ୍ଧି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ୨୦୧୩ରୁ ସେମାନଙ୍କ ଦରମା ବୃଦ୍ଧି ହୋଇନାହିଁ। ଏ ନେଇ କର୍ମଚାରୀମାନେ ଗତ ୨୭ ତାରିଖରେ ସମ୍ବଲପୁର ଏଡ଼ିଏମଙ୍କୁ ଦାବିପତ୍ର ଦେଇଥିଲେ। କୌଣସି ସୁଫଳ ନ ମିଳିବାରୁ ମଙ୍ଗଳବାର ସକାଳ ୯ଟାରୁ ୬ଟା ପର୍ଯ୍ୟନ୍ତ ସମସ୍ତେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଭୂଷଣ ତରଫରୁ କୁହାଯାଇଛି ଯେ, କମ୍ପାନୀ ଜମିହରା କର୍ମଚାରୀଙ୍କ ପ୍ରତିବର୍ଷ ଦରମା ବୃଦ୍ଧି କରୁଛନ୍ତି ଓ ବାକି ସମସ୍ତ ଦାବିଗୁଡ଼ିକ ଭିତ୍ତିହୀନ ଅଟେ।

Leave a Reply

Your email address will not be published. Required fields are marked *