ଭୂମିକା ଏବେ କେଉଁଠି ? ମାନବ ଚାଲାଣର ଶିକାର ହୋଇନି ତ ଭୂମିକା – ଜିଲ୍ଲାସଭାପତି ବିଜେପି

ଭୂମିକା ଏବେ କେଉଁଠି ?
ମାନବ ଚାଲାଣର ଶିକାର ହୋଇନି ତ ଭୂମିକା – ଜିଲ୍ଲାସଭାପତି ବିଜେପି
ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୨.୧୨ – ନାବାଳିକା ଭୂମିକା କୁ ନେଇ ଉଠିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଜିଲ୍ଲାପାଳ ଙ୍କ ଠାରୁ ଥାନାଅଧିକାରୀ ପାଳିତା ମା ଭୂମିକା ନିଖୋଜ ଥିବା ଲେଖି ଜଣାଇଥିଲେ ମଧ୍ୟ ଭୂମିକାର କୌଣସି ଖୋଜ ଖବର ମିଳିପାରୁନାହିଁ । ପରିବାରବର୍ଗ ଙ୍କ ମନରେ ଗୋଟିଏ ପ୍ରଶ୍ନ ଭୂମିକା ଏବେ କେଉଁଠି ।
ଏ ନେଇ ବି.ଜେ.ପି ଜିଲ୍ଲା ସଭାପତି ଶିବ ଶଙ୍କର ଉଲାକା ଭୂମିକା ର ପାଳିତା ମା ଏବଂ ଭାଇଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଭୂମିକା ଜୀବନରେ ଘଟିଥିବା ଘଟଣା ସଂପର୍କରେ ପ୍ରକାଶ କରିଥିଲେ । ଜନ୍ମ ପରେ ପରେ ମାଁ କୁ ଏବଂ କିଛି ଦିନ ପରେ ବାପାଙ୍କୁ ହରାଇଥିଲା ଭୂମିକା । ଏକ ପ୍ରକାର ଅନାଥ ହୋଇଯାଇଥିଲା ଭୂମିକା କିନ୍ତୁ ଅନାଥ ହେବାକୁ ଦେଇନଥିଲା ବିଷମକଟକ ଥାନା ଅନ୍ତର୍ଗତ ତଳଘୁଷୁରୀ ଗ୍ରାମର ଅନୁସୁଚିତ ଜାତିର ମହିଳା ପାର୍ବତୀ ମହାନନ୍ଦିଆ ସେ ଆପଣାଇ ନେଇଥିଲା ଭୂମିକା ଏବଂ ତାର ଲାଳନ ପାଳନ କରିଥିଲା । ଭୂମିକା ୨୧ ଏପ୍ରିଲ ୨୦୦୫ ଜନ୍ମ ହୋଇଥିଲା । ତଳଘୁଷୁରୀ ଗ୍ରାମ ନୂତନ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ଥେରୁବାଲିରେ ଅବସ୍ଥିତ ପଲ୍ଲୀ ବିକାଶ ସ୍ୱେଚ୍ଛାସେବୀ ସଂସ୍ଥା ସହ ଜଡିତ ଧବଳ ପ୍ରଟିଙ୍ଗା, ରାଧାଶ୍ୟାମ ପଣ୍ଡା, ରମେଶ ଶର୍ମା ଙ୍କ କଥାରେ ପ୍ରଭାବିତ ହୋଇ ଭୂମିକା କୁ ଆଶ୍ରମ ରହି ପାଠ ପଢିବା ପାଇଁ ଛାଡି ଦେଇଥିଲା । ଏବଂ ୧୮ ବର୍ଷ ପରେ ଭୂମିକା ଗାଁ କୁ ଫେରି ଆସିବ ବୋଲି ମା ପାର୍ବତୀ ଙ୍କୁ ରାଧାଶ୍ୟାମ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ । ପରବର୍ତୀ ସମୟରେ ଭୂମିକା କୁ ଅମ୍ଲାଭଟାରେ ଥିବା ଶ୍ରୀକୃଷ୍ଣ ସେବାଶ୍ରମ ରଖିଥିଲେ ଏବଂ ଶ୍ରୀକୃଷ୍ଣ ସେବାଶ୍ରମ ବନ୍ଦ ହୋଇଯିବାରୁ ଗୁଣପୁରର ସେବା ସମାଜ କୁ ପଠାଯାଇଥିଲା ଭୂମିକା କୁ । ବର୍ତମାନ ପରିବାର ବର୍ଗ ଭୂମିକା ବିଷୟରେ ପଲ୍ଲୀବିକାଶର ରାଧାଶ୍ୟାମ ପଣ୍ଡା ଙ୍କୁ ପଚାରିବାରୁ କୌଣସି ସନ୍ତୋଷଜନକ ଉତର ମିଳୁନାହିଁ । ଏ ନେଇ ଭୂମିକା ମା ଏବଂ ଭାଇ ଅମିନାଥ ଜିଲ୍ଲାପାଳ ଏବଂ ବିଷମକଟକ ଥାନାଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କିନ୍ତୁ ଆଜି ଯାଏଁ ଭୂମିକା ସଂପର୍କରେ କୌଣସି ସଠିକ୍ ଠିକଣା ପାଇପାରୁନାହାନ୍ତି ବୋଲି ପରିବାର ବର୍ଗ ଅଭିଯୋଗ କରୁଛନ୍ତି । ଘଟଣାର ସତ୍ୟତା କୁ ନେଇ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶିବ ଶଙ୍କର ଉଲାକା ଦାବୀ କରିବା ସହ ୭ ଦିନ ମଧ୍ୟରେ ଯଦି ଭୂମିକାର ସନ୍ଧାନ ନ ମିଳେ ତେବେ ଭାରତୀୟ ଜନତା ପାର୍ଟି ପୂରା ଜିଲ୍ଲାରେ ଆନେ୍ଦାଳନ କରିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ସାଧାରଣ ସଂପାଦକ ହଳଧର ମିଶ୍ର, ଉପ-ସଭାପତି ରାମଚନ୍ଦ୍ର ବେହେରା, ନଗର ସଭାପତି ଭାସ୍କର ପଣ୍ଡା, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବାଦଲ ରାଣା, ମହିଳା ମୋର୍ଚ୍ଚା ଜିଲ୍ଲା ସଂପାଦିକା ରଂଜନା ଉପାଧେୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *