ଭୂବନେଶ୍ୱରୀ ଓସିପିରେ ଖଣି ଶ୍ରମିକଙ୍କ ମୃତୁ୍ୟ

ତାଳଚେର,୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍.ସି.ଏଲ.ର ଭୂବନେଶ୍ୱରୀ ଖୋଲାମୁହାଁ କୋଇଲାଖଣିରେ ମର୍ମନ୍ତୁଦ ଦୁର୍ଘଟଣାରେ ଖଣି ଶ୍ରମିକ ଧନଞ୍ଜୟ ସ୍ୱାଇଁଙ୍କ ମୃତୁ୍ୟ ଘଟିଛି । ଏହି ଖବର ପ୍ରଚାରିତ ପରେ ମୃତକଙ୍କ ପରିବାରର ଜଣକୁ ନିଯୁକ୍ତି ଓ କ୍ଷତିପୂରଣ ଦାବୀ କରି ଆନେ୍ଦାଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ଏକ ଆଲୋଚନା ଅନୁଷ୍ଠିତ ହେବାପରେ ମୃତକଙ୍କ ନୋମିନିଙ୍କୁ ୬ଲକ୍ଷ ୩୯ହଜାର ୨ଶହ ଟଙ୍କା,ଅନ୍ତ୍ୟେଷ୍ଟି କି୍ରୟା ନିମନ୍ତେ ୨ଲକ୍ଷ ୫୦ହଜାର ନଗଦ ଅର୍ଥରାଶି ପ୍ରଦାନ,ମୃତକଙ୍କ ନାବାଳକ ପୁତ୍ର ସଞ୍ଜୟ ସିଂ ସାବାଳକ ହେବାପରେ ବିଏସଏମଏଲ ସଂସ୍ଥାରେ ନିଯୁକ୍ତି ଏବଂ ସେ ପର୍ଯ୍ୟନ୍ତ ମାସିକ ଦରମା ପ୍ରଦାନ ଆଦି ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଥିଲା । ସେହିପରି ସିଏମପିଏଫ ଏବଂ ଗ୍ରାଚୁ୍ୟଟି ଆଦି ପ୍ରଦାନ କରାଯିବ ବୋଲି ଉକ୍ତ ସଂସ୍ଥା ପକ୍ଷରୁ ଲିଖିତ ଆକାରରେ ପ୍ରଦାନ କରା ଯାଇଥିଲା । ଏହି ଆଲୋଚନାବେଳେ ଜଗନ୍ନାଥ ଜିଏମ୍,ଭୂବନେଶ୍ୱରୀ ପ୍ରକଳ୍ପ ଅଧିକାରୀ,ତାଳଚେର ଏସଡିପିଓ,ସଦର ଆଇଆଇସି,ବିଧାୟକଙ୍କ ପ୍ରତିନିଧି ଲିପୁନା ଭୁକ୍ତା, ବିଜେଡି ବ୍ଲକ ସଭାପତି ନିରଞ୍ଜନ ପ୍ରଧାନ,ନରହରି ସାହୁ, ରାଜେଶ ଦାସ,ପର୍ଶୁରାମ ସାହୁ,ଆସିଫ ଖାନ,ଦିଲ୍ଲିପ ଦେହୁରୀ,ଶଙ୍କର ବେହେରାଙ୍କ ସମେତ ମୃତକଙ୍କ ସମ୍ପର୍କିୟ ଏବହ ଅନ୍ୟାନ୍ୟ ଖଣି ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *