ଭୁଲ ଔଷଧ ଖାଇ ସଦର ବ୍ଲକ ରାଣୀଭୋଳ ବାଳିକା ବିଦ୍ୟାଳୟର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି

ବାରିପଦା ୬/୭ (ଓଡ଼ିଆ ପୁଅ): ମଯୂରଭଞ୍ଜ ଜିଲାରେ ସରକାରଙ୍କ ଦ୍ୱାରା ସଂଚାଳିତ ଆଦିବାସୀ ଆବାସୀୟ ହାଇସ୍କୁଲରେ ଆଦିବାସୀ ଝିଅମାନଙ୍କୁ ଭୁଲ ଔଷଧ ଦିଆଯାଇଥିବାରୁ ୭୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ପେଟରେ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ସହ କେତେକ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ। ସେମାନଙ୍କୁ ତୁରନ୍ତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେମମାନଙ୍କ ସ୍ଥିତି ଭଲ ଅଛି ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *