ଭୁବନେଶ୍ୱର ଭୋଟରଙ୍କୁ ସଚେତନ କରିବ ଭୁବନେଶ୍ୱର ଜିଲା କଂଗ୍ରେସ

ଭୁବନେଶ୍ୱର ତା -୬.୯ (ଓଡ଼ିଆ ପୁଅ) – ଆଜି ଅପରାହ୍ନ ୫ଘଟିକାରେ କଂଗ୍ରେସ ଭବନରେ ଆୟୋଜିତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ବୈଠକର ନିଷ୍ପତିକ୍ରମେ ଆସନ୍ତା ୯ ତାରିଖରୁ ଭୋଟର ସଚେତନ ରଥ ଭୁବନେଶ୍ୱରରେ ବୁଲିବ। ପୁରୁଣା ଭୋଟରଙ୍କ ନାମ ଠିକ୍ ଅଛିକି ନାହିଁ ତାହା ଜାଂଚ କରିବା ସହ ସ୍ୱଚ୍ଛ ନିରପେକ୍ଷ ଭୋଟ ଦେବା ଉପରେ କଂଗ୍ରେସ ଗୁରୁତ୍ୱ ଦେବାପାଇଁ ଜନସାଧାରଣଙ୍କୁ ସଚେତନ କରିବା ସହିତ ନୂଆ ଭୋଟ ନାମ ତାଲିକାରେ ନାମ ପଂଜୀକୃତ କରିବା ନେଇ ମଧ୍ୟ ଅବଗତ କରାଇବ। ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲା କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ୟାସିର ନୱାଜ, ଶ୍ରୀୟା ମହାନ୍ତି, ମୋହନ ଜେନା, ମନୋରଂଜନ ବଟୁ, ରାଜିକିଶୋର ଦାଶ, କ୍ଷୀରୋଦ ବେହେରା, ସୁଦର୍ଶନ ସାହୁ, ଅଶୋକ ଦାଶ, ଯୋଗୀନାଥ ନାୟକ, ନିରଞ୍ଜନ ରାଉତରାୟ, ଆଶୀଷ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ଦେବୀ ପ୍ରସାଦ ବାହାଲିଆ, ପ୍ରମେଶ ସାହୁ, ଅଫତାବ ଅଲ୍ଳୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *