ଓଡ଼ିଶା

ଭୁବନେଶ୍ୱର ଏମସର ପ୍ରଥମ ସମାବର୍ତ୍ତନ ଉତ୍ସବ ଗ୍ରାମାଂଚଳ ଡାକ୍ତରଖାନାଗୁଡିକରେ ରୋଗୀ ସେବାକୁ ପ୍ରାଥମିକତା ଦେବାକୁ ଡାକ୍ତରୀ ଛାତ୍ରମାନଙ୍କୁ ଉପରାଷ୍ଟ୍ରପତିଙ୍କ ଆହ୍ୱାନ

– ଓଡିଶାର ଲୋକଙ୍କୁ ଉନ୍ନତମାନର ଚିକିତ୍ସାପାଇଁ ଆଉ ଦିଲୀ ଏମସକୁ ଯିବାକୁ ପଡିବ ନାହିଁ-ଧର୍ମେନ୍ଦ୍ର ପ୍ରଧାନ
– ଦିଲୀ ଏମସରେ ଓଡିଶାର ଜଗାବଳିଆଙ୍କ ବିରଳ ଅସ୍ତ୍ରୋପଚାର ପରି ଅପରେସନ ଭୁବନେଶ୍ୱର ଏମସରେ ଖୁବଶୀଘ୍ର ହେବ
– ଏମସ ତରଫରୁ ହସପିଟାଲ ପରିସରରେ ଅଟଳଜୀଙ୍କ ଏକ ପୂର୍ଣ ପ୍ରତିମୂର୍ତି ସ୍ଥାପନ କରାଯାଉ
– ମୋଦି ସରକାର ଓଡିଶାର ସାଧାରଣ ଜନତାଙ୍କ ଢାଂଚାଗତ ଉନ୍ନତି ପାଇଁ ଯୋଗାଇଛନ୍ତି ପ୍ରଚୁର ଅର୍ଥ
– ରାଜ୍ୟ ସରକାରଙ୍କ ସହଯୋଗ କଥା ପ୍ରତିଶୃତିରେ ନରହୁ
– ପ୍ରଥମ ସ୍ତର ଟ୍ରମା କେୟାର ପାଇଁ ପେଟ୍ରୋନେଟ ଏଲଏନଜି ଫାଉଣ୍ଡେସନ, ବର୍ନ ଚିକିତ୍ସା କେନ୍ଦ୍ର ପାଇଁ ଏନଟିପିସି ଓ ଧର୍ମଶାଳା ପାଇଁ ନାଲକୋ ଦେବେ ଆର୍ଥିକ ସହଯୋଗ

ଭୁବନେଶ୍ୱର, ୨୫ ଅଗଷ୍ଟ(ଓଡ଼ିଆ ପୁଅ)-ଯୁବ ମେଡିକାଲ ଛାତ୍ରମାନେ ଡାକ୍ତରୀ ଶିକ୍ଷାରେ ଉତୀର୍ଣ୍ଣ ହେବାପରେ ପ୍ରଥମେ ଗ୍ରାମାଂଚଳ ଡାକ୍ତରଖାନାଗୁଡିକରେ ରୋଗୀ ସେବାକୁ ପ୍ରାଥମିକତା ଦେବାକୁ ପଡିବ। ଏହାଦ୍ୱାରା ସେମାନେ ଗ୍ରାମାଂଚଳରେ ରହୁଥିବା ଲୋକ, ବିଭିନ୍ନ ସାମାଜିକ ଗୋଷ୍ଠି ବିଶେଷକରି ରୋଗୀମାନଙ୍କର ଜୀବନ ଶୈଳୀ ଉପରେ ଅନେକ କିଛି ଜ୍ଞାନ ଅର୍ଜନ କରିପାରିବେ ଯାହାକି ଭବିଷ୍ୟତରେ ଡାକ୍ତରୀ ଛାତ୍ରମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନରେ ଅନେକ ସାହାଯ୍ୟ କରିବ ବୋଲି ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କୟା ନାଇଡୁ କହିଛନ୍ତି।

ଏହି ଅବସରରେ ଏମ୍ସ ଭୁବନେଶ୍ୱରରେ ପ୍ରଥମ ସ୍ତର ଟ୍ରମା କେୟାର ପାଇଁ ପେଟ୍ରୋନେଟ ଏଲଏନଜି ଫାଉଣ୍ଡେସନ, ନାଲକୋ ଏନଟିପିସି ଆର୍ଥିକ ସହଯୋଗ ପ୍ରଦାନ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଚିକିତ୍ସା ସେବା କ୍ଷେତ୍ରରେ ଭୁବନେଶ୍ୱର ଏମସ ରାଜ୍ୟର ମୂଳକେନ୍ଦ୍ର ହେବ। ଦିଲୀ ଏମସର ଓଡିଶାର ଜଗାବଳିଆଙ୍କ ବିରଳ ଅସ୍ରୋପଚାର ହୋଇଥିବା ବେଳେ ଆଗାମୀ ଦିନରେ ଏହିପରି ଅପରେସନ ଭୁବନେଶ୍ୱର ଏମସରେ ଖୁବଶୀଘ୍ର ହେବ। ଓଡିଶାର ଲୋକଙ୍କ ଚିକିତ୍ସାପାଇଁ ସେମାନଙ୍କୁ ଆଉ ଦିଲୀ ଯିବାକୁ ପଡିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଭୁବନେଶ୍ୱର ଏମସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ କରକମଳରେ ଏମସର ଆରମ୍ଭ ହୋଇଥିବା ବେଳେ ଏହା ଆଜି ପୂର୍ଣାଙ୍ଗ ବଟବୃକ୍ଷ ରୂପ ନେଇଛି। ଯେତେବଳେ ଏମସ ଦିଲୀ ବାହାରକୁ ଯିବକି ନାହିଁ ଏହାକୁ ନେଇ ପ୍ରଶ୍ନ ଉଠୁଥିଲା ସେତେବେଳେ ୬ଟି ରାଜ୍ୟରେ ଏମସ କରିବାର ପରିକଳ୍ପନା କରିଥିଲେ ଅଟଳଜୀ। ଏହାର ପ୍ରଥମ ପରିକଳ୍ପନା ଭୁବନେଶ୍ୱର ଏମସ ଥିଲା। ତେଣୁ ଏମସ ତରଫରୁ ହସପିଟାଲ ପରିସରରେ ଅଟଳଜୀଙ୍କ ଏକ ପୂର୍ଣ ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ସେ ଏମସର ସଭାପତି ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡାଙ୍କୁ ଅନୁରୋଧ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ଓଡିଶା ପ୍ରତି ରହିଥିବା ଅତୁଳନୀୟ ଅବଦାନକୁ ସ୍ମରଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୦୩ ମସିହାରେ ଏହି ଅନୁଷ୍ଠାନର ଭିତିପ୍ରସ୍ତର ଅଟଳଜୀ ଦେଇଥିବା ବେଳେ ଆଜି ଏହାର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇଥିବା ହେତୁ ଓଡିଶା ତରଫରୁ ଆଜି କୃତଜ୍ଞତା ଜ୍ଞାପନ କରାଯାଉଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆଜିର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାର ସାମାନ୍ୟ ଲୋକଙ୍କର ସ୍ୱାସ୍ଥ୍ୟବସ୍ଥାରେ ଢାଂଚାଗତ ସୁବିଧା ବଢୁ ଏନେଇ ରାଜ୍ୟ ସରକାରଙ୍କୁ ବିଗତ ୩-୪ ବର୍ଷ ମଧ୍ୟରେ ୩ରୁ ୪ ହଜାର କୋଟିଟଙ୍କା ଉପଲବ୍ଧ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି ସେ ସହଯୋଗର ହାତ ବଢାଇଛନ୍ତି। ସେ ସହଯୋଗ ପ୍ରତିଶୃତିରେ ନରହୁ। ଏ ସହଯୋଗ ସବୁକ୍ଷେତ୍ରରେ ହେଉ। ସମାଜର କୌଣସି ବ୍ୟକ୍ତି ଦୂରବସ୍ଥାରେ ପଡି କଷ୍ଟରେ ନରହୁ ଏହା ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଗରିବ ଲୋକଙ୍କୁ ଚିକିତ୍ସା ଯୋଗାଇବା, ସାମାନ୍ୟ ଲୋକଙ୍କୁ ଚିକିତ୍ସା ସେବା କରାଇବାର ସୌଭାଗ୍ୟ ଯାହାକୁ ମିଳେ ସେ ସୌଭାଗ୍ୟବାନ। ଏପରି କାମ କରିବାରେ ଅସହମତ ନରହିବା ଦରକାର। ଆଉ ଏହି ସେବାର ପ୍ରାଣକେନ୍ଦ୍ର ଓଡିଶାର ଏମସ ହେଉ।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଆଜିଠାରୁ ଉତର ଓଡିଶାରେ ମଧ୍ୟ ଏମସର ସାଟାଲାଇଟ ସେଂଟର ଆଜି ଉଦଘାଟନ ହେବ। ଏହି ସେଂଟରରେ ଆଜି ଠାରୁ କାମ ଆରମ୍ଭ ହେବ। ସେହିପରି ଓଡିଶାରେ ରହିଥିବା ନାଲକୋ, ଏନଟିପିସି ଭଳି ପେଟ୍ରୋନେଟ ଏଲଏନଜି ଫାଉଣ୍ଡେସନ ଭାରତ ସରକାରଙ୍କ ସଂସ୍ଥା ଓ କର୍ପୋରେଟ ହାଉସ ଏମସକୁ ଆହୁରି ସୁନ୍ଦର କରିବା ପାଇଁ ସହଯୋଗ ଯୋଗାଇଦେବେ ଏହି ଦାୟିତ୍ୱ ସେ ନେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top