ଓଡ଼ିଶା

ଭୁବନେଶ୍ୱରରେ ବିଜେପିକୁ ବଡ଼ ଝଟ୍‌କା: ବିଜେଡିରେ ଯୋଗଦେଲେ ହଜାର ହଜାର ସଂଖ୍ୟାରେ ବିଜେପି ନେତା ଓ କର୍ମୀ

ଭୁବନେଶ୍ୱର, ୧/୬/୨୦୧୮(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଏବଂ ବିଜେପିର ଓଡ଼ିଶା ବିରୋଧୀ କାର୍ଯ୍ୟକ୍ରମ ଓ ଦୁର୍ବଳ ନେତୃତ୍ୱକୁ ପ୍ରତ୍ୟାଖ୍ୟାନ କରି ଏକାମ୍ର ନିର୍ବାଚନ ମଣ୍ଡଳୀର ଅନ୍ୟତମ ସଂଗଠକ ସଂଗ୍ରାମ କେଶରୀ ପାଇକରାୟ ତାଙ୍କ ଅଢ଼େଇ ହଜାରରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ଧରି ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଏହି ଯୋଗଦାନ ଫଳରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ପାଇକରାୟ ଏବଂ ତାଙ୍କ ସମର୍ଥକଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂଗ୍ରାମ ଜଣେ ଭଲ ସଂଗଠକ। ସଂଗ୍ରାମଙ୍କ ସହ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କ ବିଜେଡିରେ ଯୋଗଦାନ ଫଳରେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆମ ଦଳ ଆହୁରି ଶକ୍ତିଶାଳୀ ହୋଇପାରିବ।

????????????????????????????????????

ବିଜେଡିରେ ଯୋଗଦେବା ଅବସରରେ ଶ୍ରୀ ପାଇକରାୟ କହିଥିଲେ ଯେ ମୁଁ ଯେଉଁ ବିକାଶ ଓ ତଳ ସ୍ତରର ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟ ନେଇ ବିଜେପିରେ ଯୋଗ ଦେଇଥିଲି, ତାହା ସମ୍ଭବ ହେଲା ନାହିଁ। ବିଜେପି ବିଶେଷତଃ ହିଂସାତ୍ମକ ଉପାୟରେ ରାଜନୀତି କରିବାକୁ ଚାହେଁ। ସେହିପରି ବିଜେପି ଶାସିତ ରାଜ୍ୟ ଛତିଶଗଡ଼ ମହାନଦୀ ଉପରେ ଏକାଧିକ ବ୍ୟାରେଜ୍‌ନିର୍ମାଣ କରି ଓଡ଼ିଶାର ପ୍ରାପ୍ୟ ମହାନଦୀର ଜଳକୁ ଅଟକ ରଖିବା ପ୍ରସଂଗରେ ରାଜ୍ୟ ବିଜେପି ଟାଳଟୁଳ ନୀତି ଅବଲମ୍ବନ କରୁଛି, ଯାହା ମୁଁ ପସନ୍ଦ କଲିନାହିଁ। ସେଥିଯୋଗୁ ଆଜି ମୁଁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଛି।

 

ଏକାମ୍ର-ଗ୍ରାମୀଣ ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ପାତ୍ର, ରାଜରାଣୀ ମଣ୍ଡଳ ସଭାପତି ସମରେଶ ବେଉରା, ଟିକରାପଡ଼ା ସମିତି ସଭ୍ୟ ବିଭୂତି ଭୂଷଣ ପ୍ରଧାନ, ଶିଶୁପାଳଗଡ଼ ସମିତି ସଭ୍ୟା ରଶ୍ମୀତା ଶ୍ରୀଚନ୍ଦନ, ବରିଷ୍ଠ ସଭ୍ୟ ବିକ୍ରମ କୁମାର ସୁନ୍ଦରାୟ, ଉପ-ସଭାପତି ବିଜୟ କୁମାର ସାମନ୍ତରାୟ, ସୁବ୍ରତ କୁମାର ପାଇକରାୟ, ସୁଧାଂଶୁ ଶେଖର ସୁବୁଦ୍ଧି, ସାଧାରଣ ସଂପାଦକ ରଶ୍ମୀ ରଞ୍ଜନ ଶ୍ରୀଚନ୍ଦନ, ସଂପାଦକ ଜ୍ୟୋତି ରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଯୁବ ମୋର୍ଚ୍ଚା ସଭାପତି ବିଶ୍ୱ ରଞ୍ଜନ ଛୁଆଳସିଂ, ଓବିସି ମୋର୍ଚ୍ଚା ସଭାପତି ଭକ୍ତ ଭୂଷଣ ବାରିକ, କୃଷକ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ସ୍ୱାଇଁ, ଏସ୍‌ସି ମୋର୍ଚ୍ଚା ସଭାପତି ଶିବ ଶଙ୍କର ଭୋଇ, ଶିଶୁପାଳଗଡ଼ ନାଏବ ସରପଞ୍ଚ ବ୍ରହ୍ମାନନ୍ଦ ପାତ୍ର, ୱାର୍ଡ ସଭ୍ୟ ଲକ୍ଷ୍ମୀପ୍ରିୟା ଦେଇ, ରୀତାଞ୍ଜଳି ଭୋଇ, ନିରଞ୍ଜନ ଭୋଇ, ଅପୂର୍ବ ସେନାପତି, ଭାରତୀ ମହାନ୍ତିଙ୍କ ସମେତ ୨୫୦୦ରୁ ଊର୍ଦ୍ଧ୍ୱ ବିଜେପି ସମର୍ଥକ ଆଜି ବିଜୁ ଜନତା ଦଳରେ ଯୋଗଦେଇଥିଲେ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ଏହି ଯୋଗଦାନ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦଳର ସାଧାରଣ ସଂପାଦକ ଦେବାଶିଷ ସାମନ୍ତରାୟ, ମେୟର ଅନନ୍ତ ନାରାୟଣ ଜେନା, ରାଜ୍ୟ ସଂପାଦକ ବିଜୟ ନାୟକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜୋନ୍‌ଛାତ୍ର ବିଜେଡି ସଭାପତି ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top