ଭୁବନେଶ୍ୱରରେ ଆୟୋଜିତ ହେବ ସ୍ୱତନ୍ତ୍ର ବିଜ୍ଞାନ ପ୍ରଦର୍ଶନୀ: ଭାନନେବେ ସହରର ସମସ୍ତ ଗବେଷଣା ସଂସ୍ଥାନ

ଭୁବନେଶ୍ୱର ୨୭-୮ (ଓଡ଼ିଆ ପୁଅ) ଜୀବବିଜ୍ଞାନ ସଂସ୍ଥାନ ଏବଂ ଆଂଚଳିକ ମେଡିକାଲ ଗବେଷଣା କେନ୍ଦ୍ର ଭୁବନେଶ୍ୱର ସେପ୍ଟେମ୍ବର ୨୨ ଓ ୨୩ ଦୁଇ ଦିନ ଧରି ଯୁଗ୍ମ ଭାବେ ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରୁଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ଓ ଗବେଷଣାକୁ ଲୋକମାନଙ୍କ ପାଖରେ ପହଂଚାଇବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ଆଲୋଚନା ଚକ୍ରରେ ଭାଗ ନେବାର ସୁଯୋଗ ମିଳିବ। ଏଥିସହିତ ସେମାନେ ସଂସ୍ଥାନର ବିଭିନ୍ନ ଲାବୋରାଟୋରୀ ବୁଲି ନୂତନ ଗବେଷଣା ସମ୍ପର୍କରେ ଜ୍ଞାନ ଲାଭ କରିପାରିବେ। ଭୁବନେଶ୍ୱରର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ସଂସ୍ଥାନ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ନିଜର ନୂତନ ଗବେଷଣା ଓ ନବୋନ୍ମେଷକୁ ପ୍ରଦର୍ଶିତ କରିବେ। ଯେଉଁ ସ୍କୁଲ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ସେମାନେ ଗ୍ଦମସରଦ୍ଭମରକ୍ଟଙ୍କଗ୍ଧକ୍ସରବମଷଅସକ୍ଷଗ୍ଦ.କ୍ସରଗ୍ଦ.ସଦ୍ଭ ରେ ୫ ସେପ୍ଟେମ୍ବର ୨୦୧୮ ସୁଦ୍ଧା ଯୋଗାଯୋଗ କରିପାରିବେ।(ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *