ଭୁଜବଳ ଲେଣ୍ଡମାଇନ ବିଷ୍ପୋରଣ ମାମଲାରେ ସବ୍ୟସାଚୀଙ୍କୁ ସିଜିଏମଙ୍କ କୋର୍ଟରେ ହାଜର

ରାୟଗଡ଼ା ୨୫/୫ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) -ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ବ୍ରହ୍ମପୁର କେନ୍ଦ୍ରିୟ କାରାଗାରରୁ ଅଣାଯାଇ ସିଜିଏମ୍ ଙ୍କ କୋର୍ଟରେ ହାଜର କରାଯାଇଥିଲା। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭୁଜବଳ ନିକଟରେ ୨୦୦୨ ମସିହାରେ ଲେଣ୍ଡମାଇନ ବିଷ୍ପୋରଣରେ ପୁଲିସଭେନ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ୫ ଓଏସ୍ଏପି ଜବାନ ସାମାନ୍ୟ ଆହତ ମାମଲାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଏ ନେଇ ଚାନ୍ଦିଲି ଥାନା କେସନମ୍ବର ୧୩୯/୨୦୦୨ ରେ ଭାରତୀୟ ଦଣ୍ଡବିଧି ଆଇନର ଧାର ୩୨୪/୩୨୬/୩୦୭/୪୨୭/୧୨୦(ଖ) ଏବଂ ବିଷ୍ପୋରଣ ଆଇନ ଧାର ୯(ଖ) ଏବଂ ୪/୫ ବିଷ୍ପୋରଣ ସବ ଏକ୍ଟ ବଳରେ ଏକ ମାମଲା ରୁଜୁ ହୋଇଥିଲା। ଏଠାରେ ସୂଚନା ଯୋଗ୍ୟ କି ୨୦୦୨ ଡ଼ିସେମ୍ବର ୫ ତାରିଖରେ ଭୁଜବଳ ନିକଟସ୍ଥ ମିଟସ ଇଞ୍ଜିନିୟରିଙ୍ଗ କଲେଜ ନିକଟରେ ବ୍ରହ୍ମପୁରରୁ ଖେଳସାରି ଫେରୁଥିବା ଓଏସଏପି ୭ମ ବେଟେଲିୟନ ଜବାନଙ୍କ ଗାଡ଼ିକୁ ଲକ୍ଷ୍ୟ କରି ଲେଣ୍ଡମାଇନ ବ୍ଲାଷ୍ଟ ଅଭିଯୋଗରେ ସବ୍ୟସାଚୀଙ୍କ ନାରେ ଚାନ୍ଦିଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲା ଏବେ ରାୟଗଡ଼ା ସିଜିଏମଙ୍କ କୋର୍ଟରେ ବିଚାରାଧିନ ଥିବାବେଳେ ବର୍ତମାନ ସୁଧା ୧୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ସରିଥିବା ବେଳେ ଆଜି ତତ୍କାଳୀନ ଚାନ୍ଦିଲିଥାନା ଏଏସ୍ଆଇ ଲଳିତ ମୋହନ ପଣ୍ଡାଙ୍କ ସାକ୍ଷ୍ୟ ନିଆଯାଇଥିଲା। ସେତେବେଳେ ଉଦ୍ଧାର ହୋଇଥିବା ଖଣ୍ଡବିଖଣ୍ଡିତ ଲେଣ୍ଡମାଇନ, ତାର ଏବଂ ଫ୍ଲାସରକୁ ପୁଲିସ ଜବତ କରିଥିଲା ଏହି ଜବତ ସମୟରେ ଲଳିତ ଉପସ୍ଥିତ ରହିଥିଲେ। ବର୍ତର୍ମାନ ସୁଧା ଏହି ମାମଲାର ଲଳିତ ପଣ୍ଡାଙ୍କୁ ମିଶାଇ ୧୧ ଜଣଙ୍କ ସାକ୍ଷ୍ୟ ସରିଥିବା ବେଳେ ଆହୁରି ୧୦ ଜଣଙ୍କ ସାକ୍ଷ୍ୟଗ୍ରହଣ ହେବାର ବାକି ରହିଥିବା ସବ୍ୟାସାଚିଙ୍କ ଓକିଲ ମଙ୍ଗଳମୁର୍ତିିର୍ ବେଉରିଆ ପ୍ରକାଶ କରିଛନ୍ତି। ତେବେ ଆଜି ପୁଣିଥରେ କଡ଼ା ସୁରକ୍ଷା ମଧ୍ୟରେ ସବ୍ୟସାଚିଙ୍କୁ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରକୁ ନିଆଯାଇଥିବା ବେଳେ ଆଗାମୀ ସାକ୍ଷ୍ୟ ପାଇଁ ଜୁନ୨୫ ତାରିଖକୁ ଦିନଧାର୍ଯ୍ୟ କରିଥିବା ଶ୍ରୀବେଉରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *