ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର

ନୟାଗଡ ୦୧/୧୧(ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)
ନୟାଗଡ ଜିଲ୍ଲା ରଣପୁର ବ୍ଳକ ଅଧିନ ରାଜସୁନାଖଳା ସରକାରୀ ଉଚ୍ଚ ମୌଳିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ରଣପୁର ବ୍ଳକ ପ୍ରଶାସନର ଆୟୋଜନରେ ଗତ ବୁଦବାର ଦିନ ସକାଳ ୧୦ଘଟିକା ସମୟରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ରଣପୁର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣୀ ନିବେଦିତା ଯାନିଙ୍କ ନେତୃତ୍ୱରେ ଉକ୍ତ ବିଦ୍ୟାଳୟରେ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଜିଲ୍ଲା ସାମାଜିକ ଅଧିକାରୀ ,ରଣପୁର ବ୍ଳକ ବି.ଡି.ଓ ଲଗ୍ନଜିତ୍ ରାଉତ ,ଏ.ବି.ଡି.ଓ ଦୁର୍ଗା ମାଧବ ରଥ , ପୋଗ୍ରାମ ଆସିଷ୍ଟାଣ୍ଡ ସୁଧିର ମିଶ୍ର ,ସତ୍ୟାନନ୍ଦ ମଙ୍ଗରାଜ ,ଗୋଦାବରୀ ଦାଶ ସମେତ ରଣପୁର ବ୍ଳକର କର୍ମକର୍ତାମାନେ ଆଜି ସହଯୋଗ କରିଥିଲେ । ଏହି ସାମର୍ଥ୍ୟ ଶିବିରରେ ରଣପୁର ବ୍ଳକର ୭ଟି ପଚାଂୟତ ରାଜସୁନାଖଳା ,ନରେନ୍ଦ୍ରପୁର ,କାସନ୍ଦା ,ସୁର୍କାବାଡି ,ବୃନ୍ଦାବନପୁର ,ତାଳକଣି ଓ କୁଳାସର ଗ୍ରାମପଚାଂୟତର ଭିନ୍ନକ୍ଷମମାନେ ଆସି ନିଜ ନିଜର ସମସ୍ତ ପ୍ରମାଣପତ୍ର ଧରି ଆୟୋଜନ କରାଯାଇଥିବା ଅସ୍ଥିଶଲ୍ୟ ,ଶ୍ରବଣ ବାଧିତ ,ମାନସିକ ଅନଗ୍ରସର ,ଦୃଷ୍ଟିହୀନ ମିଶନ ଓ ଦକ୍ଷତା ବିକାଶ ,ଧନ୍ଦାମୂଳକ ,ଟୁଲକିଟ ଓ ଥଇଥାନ ବୃତି ବାଣୀଶ୍ରୀ ,ପ୍ରୀ ଓ ପାକ ମେଟ୍ରୀକ ଉଚ୍ଚ ଶିକ୍ଷା ନିମନ୍ତେ ଦିବ୍ୟାଙ୍ଗ ସନ୍ତାନକୁ ବୃତି ବିଭାଗରେ ଭିନ୍ନକ୍ଷମ ମାନେ ନାମ ପଂଜିକରଣ କରିଥିଲେ । ବିଭାଗ ତରଫରୁ ଆସିଥିବା ବିଶେଷଜ୍ଞ ଡାକ୍ତର ସ୍ୱେତ କୁମାର ମହାପାର୍ର ,ବି,ଏନ. ନନ୍ଦ ,ପୀତବାସ ନାୟକ ,ଇତିଶ୍ରୀ ବାରିକଙ୍କ ଦ୍ୱାରା ଭିନ୍ନକ୍ଷମମାନଙ୍କ କାଗଜପତ୍ର ଯାଂଚ ସହ ପରିକ୍ଷା କରାଯାଇଥିଲା । ଆସିଥିବା ସର୍ବମୋଟ ଭୀନ୍ନକ୍ଷମମାନେ ହେଲେ ମାନସିକ ଅନଗ୍ରସର ୮୭ଜଣ,ଶ୍ରବଣ ବାଧିତ ୬୫ଜଣ ,ଦୃଷ୍ଟିବାଧିତ ବିଭାଗ ୯୧ ଜଣ ଓ ଅସ୍ଥିଶଲ୍ୟ ୧୭୨ ଜଣ ନାମ ପଂଜିକରଣ କରିଥିଲେ । ସୂଚନା ଥାଉକି ଉକ୍ତ ସାମର୍ଥ୍ୟ ଶିବିରରେ ୭ଟି ପଂଚାୟତ ସମସ୍ତ ଅଙ୍ଗନୱାଡି କର୍ମୀ ସମେତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶୀକ୍ଷକ . ସ୍କାଉଟ୍ ଗାଇଡ୍ ଓ ଶିକ୍ଷକ ଶିକ୍ଷୟତ୍ରୀ ,ପ୍ରଧାନ ଶିକ୍ଷକ ସମେତ ସ୍କାଉଟ୍ ଗାଇଡ୍ ମାନେ ସହଯୋଗ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରପାଇଁ ଭିନ୍ନକ୍ଷମ ଙ୍କ ପାଇଁ ଜଳ ଓ ଜଳଖିଆର ବ୍ୟବସ୍ଥା ଥିବା ବେଳେ ଭିନ୍ନକ୍ଷମମାନଙ୍କୁ ଏଥିରୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *