ଭୀମକୁଣ୍ଡରେ ୫୦ହଜାର ଶ୍ରଦ୍ଧାଳୁଙ୍କ ସମାଗମ – ପୂଣ୍ୟତୋୟା ବୈତରଣୀ ରେ ବୁଡ ପକାଇଲେ

ପାଟଣା, ତା୧୪/୦୧(ଓଡିଆ ପୁଅ /ଅଭିମନ୍ୟୁ )କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ଗ୍ରାମ ଦେଇ ବୋହିଯାଇଛି ପୂଣ୍ୟତୋୟା ବୈତରଣୀ। ଏହି ପୌରାଣିକ ତଥା ଐତିହାସିକ ମାନ୍ୟତା ପାଇଥିବା ଭୀମକୁଣ୍ଡ ଠାରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ଅନ୍ୟୁନ ୫୦ହଜାର ଶ୍ରଦ୍ଧାଳୁ ମକର ବୁଡ ପକାଇ ଏଠାରେ ଥିବା ଭୀମେଶ୍ବର,  ତୀର୍ଥେଶ୍ବର ଓ କୁଣ୍ଡେଶ୍ବର ମହାଦେବ ଙ୍କ ଦର୍ଶନ କରିଛନ୍ତି। ମକର ମେଳା ଉପଲକ୍ଷେ ଦୁଇ ଦିନିଆ ମହୋତ୍ସବ ରେ ନୃତ୍ୟ ସଙ୍ଗୀତ ର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ କିସମର ଭଳିକି ଭଳି ଦୋକାନ ଲାଗିଥିବା ବେଳେ ଏଠାରେ ମକର ସଂକ୍ରାନ୍ତି ଉପଲକ୍ଷେ ଭୀମକୁଣ୍ଡ ଶାନ୍ତିଶ୍ବର ମହାଦେବ ପ୍ରାଙ୍ଗଣରେ ୪୪ତମ ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହେଉଥିବା ଗୁରୁ ଚରଣ ଦାସବାବା ଙ୍କ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *