ଭୀମକୁଣ୍ଡ ରେ ନିଖୋଜ ଯୁବକର ଶବ ଉଦ୍ଧାର

ପାଟଣା,ତା୨୩/୧୧(ଓଡିଆ ପୁଅ/ଅଭିମନ୍ୟୁ)କେନ୍ଦୁଝର ଜିଲ୍ଲା ଘଟଗାଁ ଥାନ ତଥା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲିଯୋଡି ଗ୍ରାମର ଅଭିମନ୍ୟୁ ମହାନ୍ତ (୨୨)ଓରଫ ମଣ୍ଟୁ ଗତ ଶନିବାର ୧୮ତାରିଖ ଅପରାହ୍ନ ରେ ବୈତରଣୀର ଭୀମକୁଣ୍ଡ ସାନକୁଣ୍ଡ କୁ ସାଙ୍ଗ ସହିତ ଗାଧେଇବା କୁ ଯାଇ ଗଣ୍ଡ ଭିତରେ ନିଖୋଜ ହୋଇ ମୃତ୍ୟୁବରଣ କରିଥିଲେ। ଏନେଇ ଘଟଗାଁ ଥାନାକୁ ଖବର ଦିଆଯିବା ପରେ ସନ୍ଧ୍ୟାରେ ଘଟଗାଁ ପୋଲିସ ଓ ଦମକଳ ବାହିନି ଘଟଣା ସ୍ଥଳରେ ପହଞ୍ଚି ପିଣ୍ଟୁ ଙ୍କୁ ଉଦ୍ଧାର ପାଇଁ ଜାରି ରଖିଥିଲେ ମଧ୍ୟ ପିଣ୍ଟୁର କୋୖଣସି ପତ୍ତା ମିଳିନଥିଲା । ତେବେ ଘଟଣାର ୬ଦିନ ପରେ ଆଜି ଅପରାହ୍ନ ରେ ମଣ୍ଟୁର ଶବକୁ ପାଟଣା ଦମକଳ ବାହିନୀ ଘଟଣାସ୍ଥଳ ଠାରୁ ୪କିଲୋମିଟର ଦୂର ବୈତରଣୀ ର ବାରାଗାଡିଆ ନିକଟରୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ପାଟଣା ତହସିଲଦାର , ଡୁମୁରିଆ ଆର.ଆଇ , ଘଟଗାଁ ପୋଲିସ ଉପସ୍ଥିତି ରେ ଅଭିମନ୍ୟୁ ମହାନ୍ତ(୨୨)ମଣ୍ଟୁ ର ଶବକୁ ପାଟଣା ଦମକଳ ବାହିନୀ ଉଦ୍ଧାର କରି ପାଟଣା ନେଇଥିବା ବେଳେ ଘଟଗାଁ ପୋଲିସ ଶବବ୍ୟବଛେଦ ସମୟରେ ଉପସ୍ଥିତ ଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *