ଆମ ସଂସ୍କୃତି, କଳା ଓ ଐତିହ୍ୟ

ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ – ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ

ପାଟଣା,ତା୦୭/୦୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲାପାଳ ଡକ୍ଟର ଏନ୍ ତିରୁମାଲା ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ପାଟଣା ବିଡ଼ିଓ କୁଶାଲଚନ୍ଦ୍ର ନାଏକ ,ପାଟଣା ତହସିଲଦାର ଧନେଇ ଚରଣ ଟୁଡୁ ,ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ପ୍ରମୁଖ ଙ୍କ ଉପସ୍ଥିତି ରେ ଭୀମକୁଣ୍ଡ ଉନ୍ନୟନ ସମିତି ଗଠିତ ହେବା ସହ ଆସନ୍ତା ମକର ଯାତ୍ରାରେ ଭୀମକୁଣ୍ଡ ମହୋତ୍ସବ କରାଯିବାକୁ ନିସ୍ପତି ନିଆଯାଇଛି । ଭୀମକୁଣ୍ଡ ଉନ୍ନୟନ ସମିତି ଗଠନରେ ଉନ୍ନୟନ ସମିତିର ଉପଦେଷ୍ଟା ଭାବେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକ ଓ କେନ୍ଦୁଝର ଜିଲ୍ଲାପାଳ ଡକ୍ଟର ଏନ୍ ତିରୁମାଲା ନାୟକଙ୍କୁ ନିଆଯାଇଥିବା ବେଳେ ଉନ୍ନୟନ ସମିତିର ସଭାପତି ଭାବେ କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର , ଉପସଭାପତି ଭାବେ ପାଟଣା ବିଡ଼ିଓ କୁଶାଲଚନ୍ଦ୍ର ନାଏକ , କୋଷାଧ୍ୟକ୍ଷ ଭାବେ ବ୍ଲକ ବିତ୍ତ ଅଧିକାରୀ ଧନେଶ୍ୱର ନାୟକ , କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଙ୍କ ସହ ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ସାହୁ , ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ସୁବୋଧ ମଣ୍ଡଳ ,ସହକାରୀ ଯନ୍ତ୍ରୀ ନେସ୍କୋ , ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ , ଡୁମୁରିଆ ସରପଞ୍ଚ ସମିତି ସଭ୍ୟ , ପାଟଣା ଥାନାଧିକାରିଣୀ ଓ ଘଟଗାଁ ଥାନାଧିକାରୀ ପ୍ରମୁଖ ଅନ୍ୟମାନେ ସ୍ଥାନ ପାଇଥିବା ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାଏକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top