ଅନୁଗୋଳ, ୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥ ବୃତି ଜଙ୍ଗଲରେ ଏକ ମାଇ ହାତୀର ଗଳିତ ମୃତ ଦେହକୁ ଉଦ୍ଧାର କରାଯାଇଛି। ବିଳମ୍ବରେ ସୂଚନାପାଇ ବନବିଭାଗ ଘଟଣାସ୍ଥଳକୁ ଯାଇ ହାତୀଟିର ମୃତ ଦେହକୁ ଜବତ କରି ତଦନ୍ତ କରିବାପରେ ଶବକୁ ବ୍ୟବଚ୍ଛେଦ କରିଛି। ହାତୀଟିର ଆନୁମାନିକ ବୟସ ୬ରୁ ୭ବର୍ଷ ହୋଇଥିବା ବେଳେ ଗତ ୪ ଦିନ ପୂର୍ବରୁ କୈାଣସି ଏକ ଉଚ୍ଚ ସ୍ଥାନରୁ ପଡ଼ି ତାହାର ମୃତ୍ୟୁ ହୋଇଥିବାର ଅନୁମାନ କରାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ସେହିପରି ଛେଣ୍ଡିପଦା ରେଞ୍ଜର ସାପୋଇନାଳୀ ଉପରସାହିରେ ଲୋକଙ୍କ ଆକ୍ରମଣରେ ଏକ ଜଙ୍ଗଲୀ ବାରହା ମୃତ୍ୟୁବରଣ କରିଛି। ଉକ୍ତ ବାରହାଟି ଜଙ୍ଗଲରୁ ଗ୍ରାମକୁ ଆସି ୪ଜଣ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲା। ଏହାପରେ ପ୍ରତିଆକ୍ରମଣ କରି ଲୋକେ ବାରହାକୁ ମାରି ଦେଇଥିଲେ। ସୂଚନାପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ବାରହାକୁ ଜବତ କରିଥିଲେ।

Loading...