ଜିଲ୍ଲା ପରିକ୍ରମା

ଭିନ୍ନ ଢଙ୍ଗରେ ନବବର୍ଷ ପାଳିଲେ ମାଲକାନଗିରି ଆଓମାର ଛାତ୍ର ଛାତ୍ରୀ

ମାଲକାନଗିରି, ୧ା୧(ଓଡିଆ ପୁଅ ) ୨୦୧୭ ପୁରୁଣାବର୍ଷକୁ ବିଦାୟଦେଇ ୨୦୧୮ନୂତନ ବର୍ଷକୁ ସ୍ୱାଗତଜଣାଇ କିଛି ଲୋକ ଡିଜେ ଡ୍ୟାନ୍ସ, ମଦ ମାଛ ମାଉଁସ ଭୋଜିରେ ଉତ୍ସବ ମନାଉଥିବା ବେଳେ ଆଓମା ର ଛାତ୍ର ଛାତ୍ରୀ ମାନେ ଏହି ନବବର୍ଷକୁ ଭିନ୍ନ ଶୈଳିରେ ସ୍ୱାଗତ ଜଣାଇଛନ୍ତି। ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ) ର ଛାତ୍ର ଛାତ୍ରୀ ମାନେ ରବିବାର ମଧ୍ୟରାତ୍ର ଓ ସୋମାବାର ସକାଳେ ବିଶ୍ୱ ଶାନ୍ତି ଓ ସମଗ୍ର ମାନବ ସମାଜ ଶୁଖ ଶନ୍ତିରେ ଜୀବନ ବିତାଇବା ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାସହିତ ଦେଶାତ୍ମବୋଧକ ସଂଗୀତ ଓ ଭଜନ ପ୍ରତି ଯୋଗୀତାର ଆୟୋଜନ କରିଥିଲେ।

ଜିରୋ ନାଇଟରେ ଏକାଡେମୀର ଛାତ୍ର ଛାତ୍ରୀ ଓ ସମସ୍ଥ କର୍ମକର୍ତା ମାନେ ହାତ ଧରା ଧରି ହୋଇ ଢେମସା ନାଚକରିଥିଲେ। ନୂତନ ବର୍ଷରେ ନୂଆଚିନ୍ତା ନେଇ ଗରିବ ଲୋକଙ୍କ ସେବାକରିବା ପାଇଁ ଶେଷରେ ଆଓମାର ଛାତ୍ର ଛାତ୍ରୀ ମାନେ ହାତ ଉପରେ ହାତରଖି ସପଥ ନେଇଥିଲେ। ଏହି ଅବସରରେ ଅଲଓଡିଶା ମାର୍ଶଲ ଆର୍ଟଏକାଡେମୀର ମୁଖ୍ୟ ବିନାଶକୁମାର ମିଶ୍ର, ସଭାପତି ରତ୍ନାକରଦାଶ, ମହେଶ ଛତ୍ରୀ, କେ.ଦେଶିରାଜୁ ଆଚାରୀ, ଜୟନ୍ତୀ ବରୁଦା, ରମ୍ୟରଜଂନ ପରିଡା, ରାମଚନ୍ଦ୍ର ପୁଜାରୀ, ମନୋଜକଚିମ, ସୋମେଶ ବାଗ, ଗଣେଶ ବେହେରା, ବିଦେଶକୁମାର ମିଶ୍ର, ସମ୍ପଦ ସ୍ୱାଇଁ, ପିଟୁଂପାଢୀ, ସେକ ଫୋଜି ନାଲି ଦୋଲା, ଦିବ୍ୟରଜଂନ ବେନିୟା ଓ ଜାତୀୟସ୍ତର ରେ ପୁରସ୍କୃତ ହୋଇଥିବା ଆଦିବାସୀ ଛାତ୍ରୀ ଲକ୍ଷ୍ମିସୋଡି ପ୍ରମୁଖ ଯୋଗଦେଇ ପୁରଣାବର୍ଷକୁ ବିଦାୟ ଦେଇ ନୂତନବର୍ଷଷକୁ ସ୍ୱାଗ ଜଣାଇଥିଲେ। ରବିବାର ରାତ୍ରରେ ପ୍ରସାଦ ସେବନସହ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ମିଷ୍ଟାନ ବଟଂନକରାଯାଇଥିଲା। ନିଜ ନିଜ ମଧ୍ୟରେ ନବବର୍ଷର ଅଭିନନ୍ଦନ ଜଣାଇ ନୂଆଚିନ୍ତାନେଇ ବିଦାୟ ନେଇଥିଲେ ଛାତ୍ର ଛାତ୍ରୀ ମାନେ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top