ଜିଲ୍ଲା ପରିକ୍ରମା

ଭିନ୍ନକ୍ଷମ ଯୁବକଙ୍କୁ ମାଡ ଘଟଣା ବିବାଦ ଜଟିଳ ହେଉଛି : ୨୧ରେ ଥାନା ସମ୍ମୁଖରେ ଧାରଣା ଚେତାବନୀ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ଅନ୍ତର୍ଗତ ଦୋବଲ ପଞ୍ଚାୟତରେ ଗତ ୧୪ ତାରିଖ ଦିନ ଭତ୍ତା ପ୍ରଦାନ ସମୟରେ ଭତ୍ତା ଆଣିବା ବେଳେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାଡ ଘଟଣା ନେଇ ଏକ ବିବାଦିୟ ପରିସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ଘଟଣାକୁ ନେଇ ଧାମନଗର ଥାନାରେ ପୃଥକ ପୃଥକ ଭାବେ ମାମଲା ରୁଜୁ କରାଯାଇଥିବା ବେଳେ ଭିନ୍ନକ୍ଷମ ଚିହ୍ନୟ ପଣ୍ଡା ଏହାକୁ ବିରୋଧ କରିବା ସହିତ ରାଜ୍ୟ ଭିନ୍ନକ୍ଷମ ସଂଘ ମଧ୍ୟ ଏହି ଘଟଣାକୁ ଦୃଢ ନିନ୍ଦା କରିଛି । ଆଜି ଧାମନଗର ଜଳସେଚନ ଡାକବଙ୍ଗଳା ଠାରେ ଭିନ୍ନକ୍ଷମ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି କେଶବ ଚନ୍ଦ୍ର ରାଉତ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ ସରକାର ଭିନ୍ନକ୍ଷମ ମାନଙ୍କ ପ୍ରତି ବିଭିନ୍ନ ସହାୟତାୀ ଓ ସହଯୋଗ କରୁଥିବା ବେଳେ ଜଣେ ପୂର୍ବତନ ସମିତିସଭ୍ୟ ସୁଶାନ୍ତ ପଣ୍ଡା ଓ ତାଙ୍କର ସହେଯୋଗୀ ଭିନ୍ନକ୍ଷମ ଚିହ୍ମୟ ପଣ୍ଡାଙ୍କୁ ଆକ୍ରମଣ ଓ ସ୍ଥାନୀୟ ପୁଲିସର ପକ୍ଷପାତିତା ନିତିକୁ ବିରୋଧ କରିବା ସହ ଯଦି ଆଗାମୀ ୨୦ ତାରିଖ ସୁଦ୍ଧା ଭିନ୍ନକ୍ଷମ ଚିହ୍ମୟଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ୨୧ ତାରିଖ ଦିନ ଧାମନଗର ଥାନା ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ଶ୍ରୀ ରାଉତ ସୂଚନା ଦେଇଥିଲେ । ଏହି ଧାରଣାକୁ ସମର୍ଥନ କରି ଦୋବଲ ଜୋନ ବିଜେପି ମଣ୍ଡଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମଣ୍ଡଳ ସଭାପତି ଅରବିନ୍ଦ ପତି, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ, ବିଜେପି ମିଡିଆ ସେଲ ସଂଯୋଜକ ବିଜୟ କୁମାର ରାମ, ଆଇନଜିବୀ ରଣଜିତ ମହାନ୍ତି, ସୁବାସ ଚନ୍ଦ୍ର ନନ୍ଦ, ଶ୍ରୀକାନ୍ତ ଦାସ, ଅଶୋକ ପଣ୍ଡା ପ୍ରମୁଖ ଯୋଗଦେଇ ପୁଲିସର ପକ୍ଷପାତିତା ନିତିକୁ ନିନ୍ଧା କରିବା ସହିତ ଏହି ଧାରଣାରେ ଦଳ ସାମିଲ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଦରକାର ପଡିଲେ ଏହି ଘଟଣାକୁ ନେଇ ଜିଲା ତଥା ରାଜ୍ୟ ପର୍ଯ୍ୟନ୍ତ ଆନେ୍ଦାଳନତ୍ମାକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ସଂପର୍କରେ ଧାମନଗର ଥାନାଧିକାରିଣୀ ବନ୍ଦନା ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ଆଇନ ଅନୁଯାୟୀ ପୁଲିସ ପଦକ୍ଷେପ ଗ୍ରହଣ କରୁଛି ଏଥିରେ କୌଣସି ପକ୍ଷପାତିତା କରାଯାଇନାହିଁ ବୋଲି ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top