କେନ୍ଦ୍ରାପଡ଼ା

ଭିନ୍ନକ୍ଷମ ମହିଳା ସରକାରୀ ସହାୟତା ପାଇଁ ଭେଟିଲେ ଜିଲ୍ଲାପାଳଙ୍କୁ

କେନ୍ଦ୍ରାପଡା ୭/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – ଜଣେ ଭିନ୍ନକ୍ଷମ ମହିଳାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସଂପୃକ୍ତ ମହିଳା ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ଗୁହାରୀ କରିଛନ୍ତିି । ଘଟଣାରୁ ପ୍ରକାଶନ୍ତେଯ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଅସହାୟା ଭିନ୍ନକ୍ଷମ ମହିଳା ମଧୁସ୍ମିତା ସାହୁ ଜଣେ ଗରିବ ଅସହାୟ ମହିଳା ହୋଇଥିଲେ ମଧ୍ୟ ସରକାରଙ୍କ ଯୋଜନାର ତାଙ୍କୁ ଏପର୍ଯ୍ୟନ୍ତ କୈାଣସି ସାହାଯ୍ୟ, ସହଯୋଗ ମିଳିପାରି ନାହିଁି । ମଧୁସ୍ମୀତା ପ୍ରାୟ ୭୦ଭାଗ ଦୃଷ୍ଟିବାଧିତ ଭିନ୍ନକ୍ଷମ ହୋଇଥିଲେ ସୁଦ୍ଧା ବିଡିଓଙ୍କୁ ସହାୟତା ନିମନ୍ତେ ଗୁହାରୀ କରି ବିଫଳ ହେବାପରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟରେ ପହଁଚି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ । ଜିଲ୍ଲାପାଳ ରଘୁଜୀ ଏ ସମ୍ପର୍କରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top