ଭିନ୍ନକ୍ଷମ ଭତା ଯୋଜନା ଏବେବି ଯୋଜନ ଦୂରେ

ରାଉରକେଲା ୧୫/୬ (ଓଡ଼ିଆ ପୁଅ/ଶିବରାମ ପାତ୍ର): ବଣାଇଁ ବ୍ଲକ କଷଡ଼ା ପଂଚାୟତ ଅର୍ନ୍ତଗତ ସାନଝରଣ ଗ୍ରାମର ସ୍ଥାୟୀ ବାସିନ୍ଦା ହେଉଛନ୍ତି ବଇଁଶୀ ଭୂୟାଁଙ୍କ ଭିନ୍ନକ୍ଷମ ପୁତ୍ର ଭୁଦ୍ରା ଭୂୟାଁ (୨୫)। ତାଙ୍କ ପରିବାର କହିଲେ ଅବିବାହିତ ଭଦ୍ର ଓ ତାଙ୍କ ବାପା ବଇଁଶୀ। ବହୁ ଦୁଃଖ କଷ୍ଟରେ ତାଙ୍କର ଜୀବନ ଅତିବାହିତ ହେଉଛି। ଉକ୍ତ ଗା୍ରମରେ ସେ ଓ ତାଙ୍କ ବାପା ବସବାସ କରନ୍ତି। ସେମାନେ ସମୂର୍ଣ୍ଣ ଅସହାୟ ଭାବରେ ଭଙ୍ଗା ଦଦରା ଘରେ ଜୀବନ ଅତିବାହିତ କରୁଛନ୍ତି। ଅପରପକ୍ଷରେ ତାଙ୍କର କିଛି ଜମିବାଡ଼ି ନାହିଁ। ଘରେ ବିଜୁ ସଂଯୋଗ ଓ ଶୌଚାଳୟ ନାହିଁ। ଭଦ୍ର। ନିଜେ ଚଳିବାକୁ ଅକ୍ଷମ ଥିବା ବେଳେ, ବିଭିନ୍ନ ଲୋକଙ୍କ ସାହାଯ୍ୟ ସହଯୋଗରେ ଜୀବନଯାପନ କରୁଛନ୍ତି। ସତେ ଯେମିତି ସରକାରଙ୍କ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟି ଯାଇଛି। ତାଙ୍କୁ କିଛି ସମାଜସେବୀ ଏକ ଆଧାର କାର୍ଡ ଯୋଗାଇ ଦେଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର, ଭୋଟର ପରିଚୟ ପତ୍ର ପାଇନଥିବା ଜଣାପଡ଼ିଛି। ଭିନ୍ନକ୍ଷମ ମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ମହଲରୁ ଦାବି ଉପସ୍ଥାପନ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ବହୁ ସରକାରୀ ଯୋଜନାରେ ହିତାଧିକାରୀ ବାଦ ପଡ଼ୁଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *