ଭିନ୍ନକ୍ଷମ ବାସନ୍ତି ସିଂକୁ ପ୍ରଶାସନର ଠକାମି

ଖଇରା, ୩୦/୩/ (ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି ପୁରସ୍କାର ପରେ ପୁରସ୍କାର ପାଇଚାଲନ୍ତି ଏପରିକି ସୁଶାସନ ପାଇଁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇବାରେ ହେଳା କରିନାହାଁନ୍ତି ହେଳା କରିଛନ୍ତି ଭିନ୍ନକ୍ଷମ ବାସନ୍ତି ସିଂକୁ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବଡଯୟପୁର ପଞ୍ଚାୟତ ବଡଯୟପୁର ଗ୍ରାମର ବାସନ୍ତି ସିଂଠାରେ। ଏହି ଗ୍ରାମର ଶିବ ସିଂଙ୍କ ୧୩ବର୍ଷର ଝିଅ ବାସନ୍ତି ସିଂ ଜନ୍ମରୁ ଭିନ୍ନକ୍ଷମ। ଆଦିବସୀ ପରିବାରର ଝିଅ ଜନ୍ମକୁ ନେଇ ପିତାମାତାଙ୍କ ମନରେ ଆନନ୍ଦ ଆସିଥାଏ। ହେଲେ ବାସନ୍ତିକୁ ଜନ୍ମରୁ କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହିପାରୁ ନାହିଁ। ବାରମ୍ବାର ହାରିଗୁହାରି ପରେ ୭୦%ତାଙ୍କୁ ମିଳିଛି ଭିନ୍ନକ୍ଷମ ପ୍ରମାଣ ପତ୍ରଟିଏ। ପରୀକ୍ଷାକରି ଯେଉଁ ଶ୍ରବଣଯନ୍ତ୍ରଟି ଦେଲେ ତାହା ନିମ୍ନମାନର। ଏପରି ଏକ ଗରିବ ଆଦିବସୀ ପରିବାରକୁ ସରକାର ନିମ୍ନମାନର ଶ୍ରବଣଯନ୍ତ୍ର ଯୋଗାଇଦେବା କ’ଣ ଠକାମି ନୁହେଁ। ଆଦିବାସୀ ହରିଜନ ବର୍ଗର ଲୋକଙ୍କ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲାବେଳେ ବାସନ୍ତି ସିଂ ଠକାମିର ଶିକାର ହେବାଟା ଶ୍ରେଷ୍ଠ ପ୍ରଶାସକ ପ୍ରତି ଅଙ୍ଗିଳି ନିର୍ଦ୍ଦେଶ କରୁନାହିଁ କି? ବାରମ୍ବାର ଶ୍ରବଣଯନ୍ତ୍ର ବାବଦରେ ବିଭାଗୀୟ ଅଧିକାରୀଙ୍କଠାରେ ଫେରାଦ ହେଉଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ। ଅନ୍ଧ, ମୂକ, ବଧିର ଓ ଭିନ୍ନକ୍ଷମ ମାନଙ୍କ ପାଇଁ କାର୍ଯ୍ୟକାରି ହେଉଥିବା ଆଇନରୁ କ’ଣ ଉର୍ଦ୍ଧରେ ବାସନ୍ତି ସଂ। ଗରିବ ପିତାମାତା ଝିଅର ଦୁଃଖରେ ଭାଙ୍ଗିପଡିବାକୁ ବସିଲେଣି। ଗରିବ ହୋଇଥିବାରୁ ବଡବଡଡାକ୍ତର ଖାନାକୁ ଯାଇ ଝିଅର ଚିକିତ୍ସା କରାଇବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛ। ମିଳିପାରିଲା ନାହିଁ ଆଜି ପର୍ଯ୍ୟନ୍ତ ଭନ୍ନକ୍ଷମ ଭତ୍ତାଟିଏ। ପାଠପଢିବାର ଇଛାଥିଲେ ମଧ୍ୟ ପଢିପାରୁନାହିଁ। ସରକାରଙ୍କ ପକ୍ଷରୁ ତୁରନ୍ତ ତଦନ୍ତ କରାଯାଇ ଏହି ଗରିବ ଆଦିବାସୀ ଝିଅ ବାସନ୍ତି ସିଂ କୁ ସରକାରୀ ସହାୟତା ଯୋଗାଇଦେବାକୁ ପରିବାର ତଥା ଅଂଚଳ ବାସୀଙ୍କ ତରପରୁ ଦାବି ହୋଇଛି। ଯଦି ସରକାର ଏହିପ୍ରତି ଦୃଷ୍ଟି ନ ଦିଅନ୍ତି ତାହାହେଲେ ଶ୍ରେଷ୍ଠ ପୁରସ୍କାରର ମୁଲ୍ୟ କିଛି ରହିବ ନାହିଁ ବୋଲି ସାଧାରଣରେ ଆଲୋଚନା ହେବ।

Leave a Reply

Your email address will not be published. Required fields are marked *