ଭିନ୍ନକ୍ଷମଙ୍କ ପାଇଁ ଫିଜିଓ ଥେରାପି ଶିବିର ଅନୁଷ୍ଠିତ

ପୁରୀ, ୨୧/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ଫିଜିଓଥେରାପି ଓ ସ୍ପିଚ୍ ଥେରାପି ଶିବିର ଜିଲ୍ଲା ସମ୍ବଳ କେନ୍ଦ୍ର ଏଡିଏମ୍ ସେଲ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରକୁ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ସଦର ବ୍ଲକର ୨୦ଜଣ ମସ୍ତିଷ୍କ ପ୍ରଖ୍ୟାଘାତ, ୨୦ଜଣ ସର୍ବଣ ଓ ବାକ୍ ଶକ୍ତି ବାଞ୍ଚିତ ଛାତ୍ରଛାତ୍ରୀ ଥେରାପି ତାଲିମ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ସହ ଶାରୀରିକ ଅଭିବୃଦ୍ଧି ଓ ଭାଷା ମାଧ୍ୟମରେ ଭାବର ଆଦାନ ପ୍ରଦାନ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ବାସ୍ତବିକ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇ ପ୍ରକଳ୍ପ ସଂଯୋଜିକା ମତବ୍ୟକ୍ତ କରିଥିଲେ। ଏପରି କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ସର୍ବଶିକ୍ଷା ଅଭିଯାନ ପ୍ରସ୍ତୁତ ବୋଲି ସଂଯୋଜିକା ମତବ୍ୟକ୍ତ କରିଥିଲେ। ଜିଲ୍ଲା ଅର୍ନ୍ତନିବେସି ଶିକ୍ଷା ଓ ଗଣମାଧ୍ୟମ ସଂଯୋଜକ କାର୍ତ୍ତିକେଶ୍ୱର ପ୍ରଧାନ, ସଦର ବ୍ଲକ ସମ୍ବଳ କର୍ମୀ ନିରୁପମା ପ୍ରଧାନ ଓ ଚିତ୍ରକଳା ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *